ମନୋରଞ୍ଜନ

ପେଟ ପାଇଁ ପର୍ଣ୍ଣଷ୍ଟାର୍‌ ବନିଥିଲେ ସନ୍ନି

ମୁମ୍ବାଇ: ବ‌ୋଲ୍‌ଡ ଏବଂ ବିୟୁଟିଫୁଲ୍‌ ସନ୍ନି ଲିଓନିଙ୍କ ଷ୍ଟାଇଲ୍‌‌ରେ ପ୍ରଶଂସକ ଦିୱାନା ହୁଅନ୍ତି। ଆପଣ ଜାଣନ୍ତି ଯେ ଆସନ୍ତା କାଲି ଏହି ବୋଲ୍‌ଡ ଅଭିନେତ୍ରୀଙ୍କ ଜନ୍ମଦିନ। ଆପଣ ଜାଣିଥିବେ ନିଶ୍ଚୟ ଯେ ସନ୍ନିଙ୍କ ବାସ୍ତବ ନାମ କରଣଜୀତ୍‌ କୌର୍‌। ସେ କାନ୍ନାଡାରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଏକଥା ସମସ୍ତଙ୍କୁ ଜଣା ଯେ ବଲିଉଡ୍‌ରେ ପ୍ରବେଶ କରିବା ପୂର୍ବରୁ ସନ୍ନି ଆଡଲ୍ଟ ଫିଲ୍ମ କରୁଥିଲେ ବୋଲି। ସେ ଏପରି ଅନେକ ଫିଲ୍ମର ନିର୍ଦ୍ଦେଶନା ବି ଦେଇଛନ୍ତି। ତେବେ ସନ୍ନିଙ୍କୁ ତାଙ୍କ ଜନ୍ମଦିନ ଅବସରେ ଅନେକ ଶୁଭେଚ୍ଛା।

ସେ ଯେତେବେଳେ ‘ବିଗ୍‌ବସ୍‌’ରେ ଆସିଥିଲେ ସେତେବେ ନିଜେ ଏ ସଂପର୍କରେ ଖୁଲାସା କରିଥିଲେ। ସେ ସମୟରେ ସନ୍ନିଙ୍କ କଥା ଶୁଣି ଅନେକ ଲୋକଙ୍କୁ ଖୁବ୍‌ ବଡ଼ ଝଟ୍‌କା ବି ଲାଗିଥିଲା। ତେବେ ସେ ଏକଥା ବି କହିଥିଲେ ‌ଯେ ନିଜ ସଉକ ପାଇଁ ନୁହେଁ, ଖର୍ଚ୍ଚ ସମ୍ଭାଳିବାକୁ ଏପରି କାମ କରୁଥିଲେ। ପର୍ଣ୍ଣ ଷ୍ଟାର୍‌ ହେବା ସଙ୍ଗେ ସଙ୍ଗେ ସେ ୱେଟର୍‌ କାମ ବି କରୁଥିଲେ।

‘ବିଗ୍‌ବସ୍‌’ରେ ଲୋକପ୍ରିୟତା ପାଇବା ପରେ ସନ୍ନି ପରବର୍ତ୍ତୀ ସମୟରେ ବଲିଉଡ୍‌ରେ ବି ଡେବୁ କରିଥିଲେ। ସେ ଫିଲ୍ମ ‘ଜିସ୍ମ-୨’ ଜରିଆରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇ ପରେ ‘ରାଗିଣୀ ଏମ୍‌ଏମ୍‌ଏସ୍‌-୨’ ଏବଂ ‘ଏକ୍‌ ପେହଲି ଲୀଲା’ ଚରିତ୍ରରେ ନଜର ଆସିଥିଲେ। ତେବେ ସେ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ରଇସ୍‌’ରେ ଏକ ଆଇଟମ୍‌ ସଙ୍ଗ୍‌ରେ ନାଚି ବେଶ୍‌ ଲୋକପ୍ରିୟତା ସାଉଁଟିଥିଲେ। ତାଙ୍କ ‘ବେବି ଡଲ୍‌’ ଗୀତ ସମସ୍ତ ପ୍ରଶଂସକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ି ପାରିଛି।

Leave a Reply

Your email address will not be published. Required fields are marked *