ମୁଖ୍ୟ ଖବର

ବିଚାରପତିଙ୍କ ପଦୋନ୍ନତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,: ଗୁଜରାଟର ନିମ୍ନ ଅଦାଲତର ୬୮ ବିଚାରପତିଙ୍କ ପଦୋନ୍ନତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରୋକ ଲଗାଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିବା ଜଜ ହରିଶ ହସମୁଖଭାଇ ବର୍ମା ମଧ୍ୟ ଏହି ବିଚାରପତିମାନଙ୍କ ମଧ୍ୟରେ ଅଛନ୍ତି। ଜଷ୍ଟିସ ଏମଆର ଶାହାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଯୋଗ୍ୟତା ସହ ବରିଷ୍ଠତା ଏବଂ ଉପଯୁକ୍ତତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଉଚିତ୍‌। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ହାଇକୋର୍ଟଙ୍କ ସୁପାରିଶ ଏବଂ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବେଆଇନ ଅଟେ।

ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିବା ନ୍ୟାୟିକ ମାଜିଷ୍ଟ୍ରେଟ ହରିଶ ହସମୁଖଭାଇ ବର୍ମାଙ୍କ ସମେତ ୬୮ ଜଣ ନ୍ୟାୟିକ ଅଧିକାରୀଙ୍କ ପଦୋନ୍ନତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ବିଚାରପତିମାନଙ୍କୁ ୬୫% କୋଟା ନିୟମ ଆଧାରରେ ପଦୋନ୍ନତି ଦିଆଯାଇଥିଲା, ଯାହାକୁ ବରିଷ୍ଠ ସିବିଲ ଜଜ୍‌ କ୍ୟାଡରର ଦୁଇଜଣ ନ୍ୟାୟିକ ଅଧିକାରୀ ରବିକୁମାର ମେହେଟ୍ଟା ଏବଂ ସଚିନ ପ୍ରତାପରାୟ ମେହେଟ୍ଟା ଚ୍ୟାଲେଞ୍ଜ କରିଛନ୍ତି।

Leave a Reply

Your email address will not be published. Required fields are marked *