ଅପରାଧ

ଏକାଧିକ ଚୋରି ମାମଲାରେ ୨ ଗିରଫ

ବଡବିଲ,: କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୨ ଜଣ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଇଥିବା ବଡବିଲ ଥାନା ଆଇଆଇସି ପ୍ରମୋଦିନୀ ସାହୁ କହିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଗାଢା ହଟିଂ ଅଞ୍ଚଳର ମନୋଜ ରାଜପୁତ ଓ ସନ୍ଦିପ କାଣ୍ଡୁଲ୍‌ନା। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ, ଗୋଟିଏ ଲାପଟପ, ସ୍ମାର୍ଟ ୱାଚ୍‌, ନଗଦ ଟଙ୍କା ଓ ଅନ୍ୟାନ୍ୟ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କରିଛି। ବଡବିଲ ଥାନା କେସ୍‌ ନମ୍ବର ୧୨୩/୨୦୨୩, ୧୩୧/୨୦୨୩, ୧୩୨/୨୦୨୩ ମାମଲା ରୁଜୁ କରଛି।

Leave a Reply

Your email address will not be published. Required fields are marked *