ଅପରାଧ

ହତ୍ୟା ଅଭିଯୁକ୍ତ ଗିରଫ

ବାଣପୁର : ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୋଲିସ l ଏ ନେଇ ବାଣପୁର ଆଇଆଇସି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣକ ହେଉଛନ୍ତି ଭୀମପୁର ଗ୍ରାମର ସତ୍ୟ ନାୟକଙ୍କ ପୁତ୍ର ବସନ୍ତ ନାୟକ(46) l ତାଙ୍କୁ ନିଜ ଗ୍ରାମରୁ ଗିରଫ କରିଛି ପୋଲିସ l ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ମଧ୍ୟ ଜବତ କରିଛି ପୋଲିସ l ସୂଚନା ଥାଉକି ଗତକାଲି ରାତିରେ ଭୀମପୁର ଗ୍ରାମ ହରିଜନ ସାହିର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନ ଭାଇଙ୍କୁ ଘରେ ପଶି ମଦ୍ୟପ ଅବସ୍ଥାରେ ଅଭିଯୁକ୍ତ ବସନ୍ତ କାତିରେ ଚୋଟ ପକାଇଥିଲେ ଯାହା ଫଳରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା l ଏହାପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଆଜି ପୋଲିସ ହାତରେ ଗିରଫ ହୋଇଛନ୍ତି l ତେବେ ପ୍ରାଥମିକ ତଦନ୍ତ ରୁ ଏହା ପୂର୍ବ ଶତ୍ରୁତା ନେଇ ହୋଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି l

Leave a Reply

Your email address will not be published. Required fields are marked *