ଖେଳ

ଆଇପିଏଲ : ହାଇଦ୍ରାବାଦକୁ ୭ ଓ୍ବିକେଟରେ ହରାଇଲା ଲକ୍ଷ୍ନୌ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୫୮ତମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ପ୍ରେରକ ମଙ୍କଡ୍ ୬୪ରନ ଓ ମାର୍କସ ଷ୍ଟୋଇନିସ ୪୦ରନ କରିଥିଲେ । ସେହିପରି ନିକୋଲାସ ପୁରନ୍ ୪୪ରନ କରିଥିଲେ । କ୍ବିଣ୍ଟନ ଡିକକ୍ ୨୯ରନ କରିଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଦଳ ପକ୍ଷରୁ ହେନରିକ କ୍ଲାସେନ ୪୭ରନ, ଅବଦୁଲ ସମଦ ୩୭ରନ, ଆଇଡେମ ମାର୍କରାମ ୨୮ରନ ଓ ଅନମୋଲପ୍ରିତ ସିଂ ୩୬ରନ କରିଥିଲେ ।

ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୨ଟି ଓ୍ବିକେଟ ନେଇଥିବାବେଳେ ଅମିତ ମିଶ୍ରା, ଅଭେସ ଖାଁ, ୟୁଦ୍ଧବୀର ସିଂ ଓ ୟସ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ପ୍ଲେ ଅପ୍ ପର୍ଯ୍ୟାୟ ପାଇଁ ନିଜ ସମ୍ଭାବନାକୁ ବଜାୟ ରଖିଛି ଲକ୍ଷ୍ନୌ । ଦଳ ୧୨ଟି ମ୍ୟାଚରୁ ୬ ବିଜୟ ସହ ୧୩ ପଏଣ୍ଟ ପାଇଛି । ଅନ୍ୟପକ୍ଷରେ ହାଇଦ୍ରାବାଦ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୧୧ ମ୍ୟାଚରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି

Leave a Reply

Your email address will not be published. Required fields are marked *