ରାଜନୀତି

କଂଗ୍ରେସର କିଏ ହେବ ମୁଖ୍ୟମନ୍ତ୍ରୀ ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ଦଳ ବିଜେପିକୁ କ୍ଷମତାରୁ ହଟାଇ ଦେଇଛି । କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବାକୁ ଯାଉଛି । ସରକାର ଗଢିବାକୁ ୧୧୩ଟି ଆସନ ଆବଶ୍ୟକ ଥିବାବେଳେ ଦଳ ୧୩୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି ।

ରାଜ୍ୟରେ ଦଳର ବିପୁଳ ବିଜୟ ପରେ ସମସ୍ତଙ୍କ ଦୃଷ୍ଟି ଏବେ ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟାଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ରହିଛି । ଏହି ଦୁଇଜଣ ଟାଣୁଆ ନେତାଙ୍କ ମଧ୍ୟରୁ ଜଣକୁ ବାଛିବା ଦଳର ହାଇକମାଣ୍ଡ ପାଇଁ ଏକ ଚ୍ୟାଲେଞ୍ଜ୍ ହୋଇପାରେ । ସିଦ୍ଧରାମୈୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବାବେଳେ ରାଜ୍ୟ କଂଗ୍ରେସରେ ତାଙ୍କର ବଡ଼ ପ୍ରଭାବ ରହିଛି । ସେହିପରି ଶିବକୁମାର ଏବେ ରାଜ୍ୟ କଂଗ୍ରେସ ସଭାପତି ଅଛନ୍ତି ଓ ଅନେକ ସମୟରେ ଦଳର ସଂକଟମୋଚକ ସାଜିଛନ୍ତି । ତାଙ୍କ ନେତୃତ୍ବରେ ହିଁ କଂଗ୍ରେସ ଏହି ବିଜୟ ପାଇଛି ବୋଲି କୁହାଯାଉଥଛି । ଏଣୁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଦାବିଦାର ଅଛନ୍ତି ।ସେପଟେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଖୁବଶୀଘ୍ର  କର୍ଣ୍ଣାଟକ ବିଧାୟକଙ୍କ ଏକ ବୈଠକ ଅନୁଷ୍ଠିତ ହେବ, ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସମସ୍ତଙ୍କ ସହମତି ହାଇକମାଣ୍ଡଙ୍କ ସମ୍ମୁଖରେ ରଖାଯିବ। ହାଇକମାଣ୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Leave a Reply

Your email address will not be published. Required fields are marked *