ଦେଶ- ବିଦେଶ

୧୨ ମନ୍ତ୍ରୀ ଧରାଶାୟୀ

ବେଙ୍ଗାଲୁରୁ, : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ ନେଇଛି। ଏଥର ଭାଜପା ଏହାର ୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ସେମାନଙ୍କ ପାରମ୍ପାରିକ ଆସନରୁ ପ୍ରାର୍ଥୀ କରିଥିଲା। କେବଳ ଗୃହମନ୍ତ୍ରୀ ଭି ସୋମନାଙ୍କୁ ଚାମରାଜନଗର ଏବଂ ବରୁଣା ଆସନରୁ ଟିକେଟ ଦିଆଯାଇଥିଲା।

ବରୁଣାରେ ସେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଥିଲେ। ସେ ଉଭୟ ଆସନରୁ ପରାଜିତ ହୋଇଛନ୍ତି। ଭାଜପାର ମୋଟ ୧୨ ଜଣ ମନ୍ତ୍ରୀ ନିର୍ବାଚନ ରଣାଙ୍ଗନରେ ଧାରାଶାୟୀ ହୋଇଛନ୍ତି। ଏହା ଯୋଗୁ ଦଳକୁ ବଡ଼ ଝଟକା ଲାଗିଛି।

Leave a Reply

Your email address will not be published. Required fields are marked *