ଦେଶ- ବିଦେଶ

କର୍ନାଟକ ପରି ହେବ ମହାରାଷ୍ଟ୍ର ସ୍ଥିତି: ଆଦିତ୍ୟ ଠାକରେ

ମୁମ୍ବାଇ, : କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ଯାଉଛି। ଏପରିସ୍ଥଳେ ମହାରାଷ୍ଟ୍ରର ଶିବସେନା ଉଦ୍ଧବ ଠାକରେ ନେତା ଆଦିତ୍ୟ ଠାକରେଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି। ଆଦିତ୍ୟ କହିଛନ୍ତି କର୍ନାଟକରେ କଂଗ୍ରେସ ଫେରିବା ପରି ମହାରାଷ୍ଟ୍ରରେ ଆମେ ଫେରିବାକୁ ଯାଉଛୁ। ସେ କଂଗ୍ରେସକୁ ବିଜୟ ଅଭିନନ୍ଦନ ଜଣାଇଛନ୍ତି।

କର୍ନାଟକରେ ୪୦ ପ୍ରତିଶତ ଭାଜପା ସରକାର ଥିଲା। ମହାରାଷ୍ଟ୍ରରେ ଭାଜପାର ଜବରଦସ୍ତ ସରକାର ରହିଛି। ରାଜ୍ୟରେ ଅସାମ୍ବିଧାନିକ, ଅନନୈତିକ ଏବଂ ଦୁର୍ନୀତିଗ୍ରସ୍ତ ସରକାର ଅଛନ୍ତି। କର୍ନାଟକ ପରି ମହାରାଷ୍ଟ୍ରର ଲୋକମାନେ ଦେଶଦ୍ରୋହୀ ଏହି ଶାସନକୁ ହଟାଇବେ। କର୍ନାଟକରେ ଲୋକମାନେ ଦର୍ଶାଇଛନ୍ତି, ସେମାନେ ଶାନ୍ତି, ପ୍ରେମ ଏବଂ ଦୁର୍ନୀତିଗ୍ରସ୍ତ ଶାସନ ବିରୋଧରେ ଭୋଟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *