ରାଜ୍ୟ

ଭକ୍ତ ଦାସିଆ ପୀଠରେ ଚକ୍ଷୁ ଚିକିତ୍ସା ଶିବିର

ପୁରୀ : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ଠାରେ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲ ତଥା କମ୍ୟୁନିଟି ହେଲ୍‍ଥ ସେଣ୍ଟର, ଲିଙ୍ଗିପୁର, ଭୁବନେଶ୍ୱର ଓ ଭକ୍ତ ଦାସିଆ ସ୍ମୃତି କମିଟି, ବାଲିଗାଁ, ପୁରୀ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା. ଶ୍ରୀକାନ୍ତ ମିଶ୍ର, ଚକ୍ଷୁ ବିଭାଗ ମୁଖ୍ୟ ଡା. ପ୍ରଜ୍ଞାପରିମିତା ମହାନ୍ତି, ଚକ୍ଷୁ ରୋଗ ବିଶେଷଜ୍ଞ ଡା. ସବ୍ୟଶାଚୀ ପଟ୍ଟନାୟକ, ଡାକ୍ତର ବିଜୟ କେତନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରରୁ ଚିହ୍ନଟ କରାଯାଇଥିବା ୧୦ ଜଣ କାଟ୍ରାକ୍ଟ ଚକ୍ଷୁ ରୋଗୀଙ୍କୁ ମାଗଣାରେ ଅସ୍ତ୍ରପ୍ରଚାର କରାଯାଇ ସେମାନଙ୍କୁ ବାସଗୃହକୁ ପଠାଇ ଦିଆଯାଇଛି । ଆୟୋଜିତ ଶିବିରରେ ନିକଟବର୍ତ୍ତୀ ୧୫ ଗୋଟି ଗ୍ରାମରୁ ମୋଟ 100 ଜଣ ଚକ୍ଷୁ ରୋଗୀଙ୍କୁ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ବିଭିନ୍ନ ସମସ୍ୟାର ବିହିତ ପ୍ରତିକାର କରାଯିବାକୁ ସୁପରାମର୍ଶ ଦିଆଯାଇଥିଲା । ଉକ୍ତ କାର୍ଯ୍ୟରେ ମୁଖ୍ୟ ଟ୍ରଷ୍ଟି ଅବିନାଶ ନାୟକ, ସ୍ୱତନ୍ତ୍ର ଟେକ୍‍ନିସିଆନ୍‍ ଚିନ୍ମୟୀ ଦାଶ ରୋଗୀମାନଙ୍କୁ ପରୀକ୍ଷା କରିଥିଲେ । ପରେ ଏକ ସ୍ୱତନ୍ତ୍ର ଯାନରେ ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲରେ ସେମାନଙ୍କର ଅସ୍ତ୍ରୋପଚାର କରାଯାଇ ସେମାନଙ୍କୁ ନିଜ ଘରେ ଛାଡ଼ି ଦିଆଯାଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ଆଞ୍ଚଳିକ କମିଟି ସଦସ୍ୟ ରମେଶ ଚନ୍ଦ୍ର ପ୍ରଧାନ, ପବିତ୍ର କୁମାର ମଲ୍ଲିକ, କୃଷ୍ଣ ଚନ୍ଦ୍ର ଲେଙ୍କା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ଶ୍ରୀ ବଡ଼ଦା ହସ୍ପିଟାଲର ଉକ୍ତ କାର୍ଯ୍ୟକ୍ରମକୁ ଭକ୍ତ ଦାସିଆ ସ୍ମୃତି କମିଟିର ସଂଯୋଜନା ସଂଗଠିତ ହେବା ଦ୍ୱାରା ବହୁ ଚକ୍ଷୁ ରୋଗୀମାନେ ଏହାର ଉପକାରିତା ଅନୁଭବ କରିଥିଲେ ।

Leave a Reply

Your email address will not be published. Required fields are marked *