ମୁଖ୍ୟ ଖବର

ବନ୍ଦ ଘରୁ ମିଳିଲା ୩ ମୃତଦେହ

ସମ୍ବଲପୁର, : ସମ୍ବଲପୁର ଜିଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ୩ ଜଣଙ୍କର ମୃତଦେହ ମିଳିଛି। ମୃତକମାନେ ହେଲେ ମା ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଧନୁପାଲି ଥାନା ଅନ୍ତର୍ଗତ ସନାପାଲି ଅଞ୍ଚଳରେ ଏକ ଘର ଭିତରେ ୩ ଜଣଙ୍କର ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରୁ ମା’ ଓ ତାଙ୍କର ଝିଅ-ପୁଅଙ୍କ ମୃତଦେହ ଠାବ କରିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *