ସାହିତ୍ୟ

ରାଜ୍ୟସ୍ତରୀୟ ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ସମାରୋହ


ନିମାପଡ଼ା : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ୬ଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଆସର, ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ – ୨୦୨୩ ଅନୁଷ୍ଠିତ ହୋଇଯାଇଛି।କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଭାପତି ପ୍ରଦୀପ୍ତ କୁମାର ଛାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ବିଶିଷ୍ଟ କବି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ଲେଖକ ସମ୍ମେଳନର ଅଧ୍ୟକ୍ଷ ତଥା ବିଶିଷ୍ଟ କବି ଶଙ୍କର୍ଷଣ ପରିଡା ଯୋଗ ଦେଇ ଓଡିଆ ଭାଷା ଓ ସଂସ୍କୃତିର ଜୀବନ୍ତ ପ୍ରତିଛବି ହେଉଛି ସାହିତ୍ୟ। ସଂସ୍କୃତି ଓ ସାହିତ୍ୟର ଏହି ମହାଜାଗତିକ ଧାରାକୁ ଉଜ୍ଜୀବିତ ରଖିବା ପାଇଁ ସାମ୍ପ୍ରତିକ ସମୟର ସାହିତ୍ୟର ମୂଲ୍ୟବୋଧର ଆଧାର ଭିତରେ ଏହାର ପଠନ ଓ ଚିନ୍ତନ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବରେ ବ୍ଯଙ୍ଗ କବି ହାସ୍ୟକୁମୁଦ ସମ୍ପଦ କୁମାର ରଥ ଯୋଗଦେଇ କୋଣାର୍କର ଐତିହ୍ୟ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ତଥା ପ୍ରଶାସନିକ ଅଧିକାରୀ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ, କାକଟପୁର ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ, ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଭାଗୀରଥୀ ସ୍ଵାଇଁ ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ଆଭିମୁଖ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆୟୋଜିତ କବିତାପାଠୋତ୍ସବ କାର୍ଯ୍ୟକ୍ରମରେ ଅତିଥି ଭାବରେ ଝାଡଖଣ୍ଡର ବିଶିଷ୍ଟ କବି ସତ୍ଯ ପ୍ରକାଶ କର, ବରିଷ୍ଠ ସାମ୍ବାଦିକ ଲଳିତଟେନ୍ଦୁ ପଲାଉରୀ, କବୟିତ୍ରୀ ଜୟନ୍ତୀ ସ୍ବାଇଁ, ମାନସୀ ବେହୁରା ପ୍ରମୁଖ ଯୋଗଦାନ କରିଥିଲେ। ଏହି କବିତା ଆସର କାର୍ଯ୍ୟକ୍ରମକୁ କବି ଗଙ୍ଗାଧର ଓଝା ଓ କଳ୍ପନା ବିଶ୍ବାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ୧୦୦ରୁ ଊର୍ଦ୍ଧ୍ବ କବି, କବୟିତ୍ରୀ, ଗବେଷକ, ଲେଖକ ଓ ସାହିତ୍ୟ ପ୍ରେମୀ ବ୍ଯକ୍ତି ବିଶେଷ ମାନେ ଯୋଗଦାନ କରି ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁକାନ୍ତ କୁମାର ବିଶ୍ବାଳ, ସଚ୍ଚିଦାନନ୍ଦ ଗୋଛାୟତ, ରୀତାରାଣୀ ସେଠ, ସୌଭାଗ୍ୟ ସ୍ବାଇଁ, ଶିକ୍ଷକ ପ୍ରବୀଣ କୁମାର ସୁବୁଦ୍ଧି, ମହେଶ୍ବର ସାମଲ ଓ ମଂଗରାଜ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ। ଏହି ଉତ୍ସବ ରେ ଆମ ପ୍ରତିନିଧି ସନ୍ତୋଷ ଦାଶ ଙ୍କୁ
କୋଣାର୍କ ଶ୍ରେଷ୍ଠ ସାମ୍ୱାଦିକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *