ଧର୍ମ

ଭକ୍ତ ଦାସିଆ ପୀଠରେ ପବିତ୍ର ସ୍ନାନ ପର୍ବର ପ୍ରସ୍ତୁତି ବୈଠକ


ପୁରୀ : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁ ଠାରେ ଭକ୍ତ ଦାସିଆ ଆଞ୍ଚଳିକ କମିଟି ର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ଚରଣ ସାମଲଙ୍କ ଅଧକ୍ଷତରେ ଏକା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି l ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ପୀଠସ୍ଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପର୍ବ, ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରା ର ବିଭିନ୍ନ କାର୍ଯ୍ୟକ୍ରମକୁ ଉପସ୍ଥିତ ସଦସ୍ୟମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ l ଶ୍ରୀ ମନ୍ଦିର ପୁରୀ ରେ ଉପରୋକ୍ତ ପର୍ବ ପର୍ବାଣୀର କାର୍ଯ୍ୟଧାରା କୁ ଅନୁସରଣ କରି ଭକ୍ତ ଦାସିଆ ପୀଠ ରେ ଯଥା ରୀତି ନୀତି ସହ ପାଳନ କରାଯିବା ପାଇଁ ସଭାପତି ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ l ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ ଅନ୍ନ ପ୍ରସାଦ ଭୋଗର ଆର୍ଥିକ ଅଭାବ ଦୂର କରିବା ପାଇଁ ପ୍ରତ୍ୟେକ ସଦସ୍ୟ ନିଜ ନିଜର ଜନ୍ମଦିନରେ ଅନ୍ନ ପ୍ରସାଦ ଅନୁଦାନ ଦେବାକୁ ନିଷ୍ପତି ନିଆଯାଇଥିଲା l ପୀଠସ୍ଥ ଦେବା ଦେବୀ ଙ୍କ ଦୈନନ୍ଦିନ ନୀତିର ସୁପରିଚାଳନା ପାଇଁ କମିଟି ର ସଦସ୍ୟ ମାନଙ୍କୁ ଦାଇତ୍ୱ ନ୍ୟସ୍ତ କରାଯାଇଥିଲା l ଏହି ଆଲୋଚନାରେ ଆଞ୍ଚଳିକ କମିଟି ର ସଦସ୍ୟ ଦିବାକର ପ୍ରଧାନ, ଯୁଧିଷ୍ଠିର ପରିଡା, ସମାଜସେବୀ ଚିତ୍ତରଞ୍ଜନ ସେନାପତି, ଗୌରହରୀ ମହାନ୍ତି, ଆଇନଜୀବୀ ସୂର୍ଯ୍ୟ ନାରାୟଣ ଦାସ, ଜୟ ପ୍ରକାଶ ମିଶ୍ର, ଅବନୀକାନ୍ତ ପାଟ ଯୋଶୀ, ରମେଶ ପ୍ରଧାନ, ସ୍ୱୟଂ ପ୍ରକାଶ ପରିଡା, ଡ. ମନୋରଞ୍ଜନ ପଟ୍ଟନାୟକ, ଅର୍ଜୁନ ଚରଣ ମାଝୀ, ବ୍ରହବନ୍ଧୁ ପ୍ରଧାନ, ପ୍ରତାପ ଦାସ, ବ୍ରଜବନ୍ଧୁ ଦାସ, ପବିତ୍ର ମଲ୍ଲିକ, କୃଷ୍ଣ ଚନ୍ଦ୍ର ଲେଙ୍କା ତଥା ବାଲିଗ୍ରାମର ଗ୍ରାମବାସୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *