ଦେଶ- ବିଦେଶ

କାନ୍ଦି ପକାଇଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ.ଆର.ଶାହା ଆଜି ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ଜ‌ଷ୍ଟିସ୍‌ ଶାହା ପରମ୍ପରା ମୁତାବକ ସିଜେଆଇ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ସହିତ ଖଣ୍ଡପୀଠରେ ବସିଥିଲେ।  ଏହି ଅବସରରେ ଜଷ୍ଟିସ ଏମ.ଆର.ଶାହାଙ୍କୁ ଅନେକ ଓକିଲ ଭୁରିଭୁରି ପ୍ରଶଂସା କରିଥିଲେ।

ଏହି ଅବସରକାଳିନ ସମ୍ବର୍ଦ୍ଧନା ବେଳେ  ଏମ.ଆର.ଶାହା ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଯାଉଥିବା ବେଳେ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କ ସ୍ବର କାନ୍ଦକାନ୍ଦ ହୋଇଯାଇଥିଲା। ସେ ଅବସରକାଳିନ ସମ୍ବର୍ଦ୍ଧନା ସଭାରେ ହିନ୍ଦୀ ସିନେମା ଗୀତ ଗାଇଥିଲେ। ଏମ.ଆର.ଶାହା ‘ମେରା ନାମ ଜୋକର’ ସିନେମାର ଗୀତ, ‘କାଲ ଖେଲ ମୈ ହମ ହୋ ନା ହୋ, ଗର୍ଦ୍ଦିଶ ମେ ତାରୋ ରହେଙ୍ଗେ ସଦା…’। ଏହି ଗୀତ ଗାଉଥିବା ବେଳେ ବିଚାରପତିଙ୍କ ଆଖିରେ ଲୁହରେ ଭରି ଯାଇଥିଲା।

ଏହାପରେ ଜଷ୍ଟିସ ଏମ.ଆର.ଶାହା କହିଥିଲେ, ‘ମୁଁ କାନ୍ଦି ପକାଇ ଥିବାରୁ ମୋତେ କ୍ଷମା କରିଦେବେ। ମୁଁ ନଡ଼ିଆ ଭଳି। ଉପରୁ ଟାଣ ଭିତରୁ ପୂରା ନରମ। ଆପଣମାନେ ସମସ୍ତେ ମୋତେ ପରିବାର ସଦସ୍ୟ ଭଳି ଗ୍ରହଣ କରିବା ସହିତ ସମର୍ଥନ ବି କରିଛନ୍ତି। ସିଜେଆଇ ମୋତେ ଭାଇ ଭଳି ସବୁବେଳେ ପ୍ରେ‌ତ୍ସାହିତ କରିଛନ୍ତି। ଆଉ ମୁଁ ତାଙ୍କ ଠାରୁ ବହୁତ କିଛି ବି ଶିକ୍ଷା କରିଛି।’

ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଅଧିକ ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ତାଲିକାରେ ଜଷ୍ଟିସ ଏମ.ଆର.ଶାହାଙ୍କ ନାମ ରହିଛି। ଗତ ୪ବର୍ଷ ଭିତରେ ସେ ୭୧୨ଟି ମାମଲାର ଶୁଣାଣି କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *