ଅପରାଧ

ଗହଣା ଶୋ’ରୁମରେ ଡକାୟତି

ଭୁବନେଶ୍ୱର, : ଯାଜପୁର ଜିଲା ବ୍ୟାସନଗର ବଜାରରେ ଥିବା ଏକ ‘ସେନ୍‌କୋ’ ଗହଣା ଶୋ’ ରୁମରେ ବଡ଼ ଧରଣର ଲୁଟ୍‌ ହୋଇଛି। ସୋମବାର କର୍ମଚାରୀଙ୍କୁ ମାଡ ମାରି ୭ ଡକାୟତ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ତେବେ ଡକାୟତଙ୍କ ମାଡରେ ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି। ତେବେ କେତେ ଟଙ୍କାର ଗହଣା ଲୁଟ୍‌ ହୋଇଛି ତାହା ସ୍ପଷ୍ଟ ହୋଇନି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *