ମନୋରଞ୍ଜନ

ଦୁର୍ଘଟଣାର ଶିକାର ହେଲେ ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ଆସିଛି। ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା। ସୋସିଆଲ ମିଡିଆରେ ତାଙ୍କ ଦୁର୍ଘଟଣାର ଖବର ଦ୍ରୁତ ଗତିରେ ପ୍ରଚାର ହୋଇଯାଇଛି। ଏହାରି ଭିତରେ ଅଭିନେତ୍ରୀ ତାଙ୍କ ଦୁର୍ଘଟଣାକୁ ନେଇ ଏକ ପୋଷ୍ଟ କରିଛନ୍ତି।
ଅଦା କହିଛନ୍ତି, ସେ ବିଲକୁଲ ଠିକ ଅଛନ୍ତି। ସେ ଟୁଇଟରରେ କହିଛନ୍ତି, ଆପଣମାନେ ଆଦୌ ଚିନ୍ତା କରନ୍ତୁ ନାହିଁ ମୁଁ ଓ ଆମ ଟିମ ସମସ୍ତେ ଠିକ ଅଛୁ। ଆମ ଆକ୍ସିଡେଣ୍ଟ ଖବର ଭାଇରାଲ ହେବା ପରେ ଆପଣମାନଙ୍କ ପାଖରୁ ବହୁତ ବାର୍ତ୍ତା ମିଳିଛି। ଆମର ସମ୍ପୂର୍ଣ୍ଣ ଟିମ ସୁସ୍ଥ ଅଛୁ। ଏହା କୌଣସି ବଡ ଦୁର୍ଘଟଣା ନୁହେଁ। ଆପଣମାନେ ଆମପାଇଁ ପ୍ରାର୍ଥନା କରିଥିବାରୁ ଧନ୍ୟବାଦ।
ସୂଚନାଯୋଗ୍ୟ,‘ଦ କେରଲା ଷ୍ଟୋରି’ ଏବେବି ବିବାଦ ଘେରରେ ରହିଛି। କିଛି ରାଜ୍ୟର ଏହାର ରିଲିଜକୁ ନେଇ ବିରୋଧ କରାଯାଇଥିବା ବେଳେ କିଛି ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି। ତେବେ ରିଲିଜର ମାତ୍ର ୯ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି।

Leave a Reply

Your email address will not be published. Required fields are marked *