ରାଜ୍ୟ

୪୩.୬ ଡିଗ୍ରିରେ ସିଝିଲେ ସମ୍ବଲପୁରବାସୀ

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ହେଉଛି ଗୁଳୁଗୁଳି। ଚଳିତ ସପ୍ତାହରେ ଏହା ଜନଜୀବନକୁ ଆହୁରି ଅସ୍ତବ୍ୟସ୍ତ କରିପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ତେବେ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଖରା ଲୋକଙ୍କର କଷ୍ଟ ଦୁଇଗୁଣ ବଢ଼ାଇ ଦେଇଛି। ଆଜି ଅପରାହ୍‌ଣ ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା ବେଳେ ସମ୍ବଲପୁରରେ ଏହା ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୩.୪ ଓ ହୀରାକୁଦରେ ପାରା ୪୧.୬ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୨ଟା ୩୦ ମିନିଟରେ ଭୁବନେଶ୍ବରରେ ତାପମାତ୍ରା ୩୭.୨ ଡିଗ୍ରି ରେକର୍ଡ ହୋଇଛି। ଚାନ୍ଦବାଲିରେ ଏହା ୩୬.୬ ଡିଗ୍ରି ଥିବା ବେଳେ କେନ୍ଦୁଝରରେ ୩୬.୪, ଗୋପାଳପୁରରେ ୩୪.୮, ପାରାଦୀପରେ ୩୪.୦, ବାଲେଶ୍ବରରେ ୩୩.୦ ଓ ପୁରୀରେ ୩୨.୮ ଡିଗ୍ରି ପାରା ଛୁଇଁଛି।

Leave a Reply

Your email address will not be published. Required fields are marked *