ମୁଖ୍ୟ ଖବର

ବିଧାୟକଙ୍କ ନାମରେ ବଧୂ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ବର: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି।ବିଧାୟକଙ୍କ ପୁଅ, ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି।କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ପତ୍ନୀ ହେଉଛନ୍ତି ରୋନାଲି। ସେ କଟକ ଜିଲ୍ଲା ବାଙ୍କୀ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏତଲାରେ ଶଶିଭୂଶଣ ବେହେରାଙ୍କ ପରିବାର ନାଁରେ ଅଭିଯୋଗ ରହିଛି।

ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିଛନ୍ତି । ଶଶି ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି। ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୁର ଶଶିଭୂଷଣ ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି। ତାଙ୍କର କହିବା ଅନୁଯାୟୀ ଶ୍ୱଶୁର ଘର ଲୋକେ ୪୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ତାଙ୍କୁ ସ୍ବାମୀ ବି ଧକ୍କା ମାରିଥିଲେ। ଉଲ୍ଲେଖଯୋଗ୍ୟ, ରୋନାଲିଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ମଚାରୀ।

Leave a Reply

Your email address will not be published. Required fields are marked *