ବିଶେଷ

ଏକ୍ସ-ରେ ଓ ଫୁସ୍‌ଫୁସ୍‌ କ୍ୟାନ୍‌ସର

ଛାତିଜନିତ କିଛି ସମସ୍ୟା ପାଇଁ ଡାକ୍ତର ଚେଷ୍ଟ ଏକ୍ସ-ରେ ବା ଛାତି ଏକ୍ସ-ରେ କରିବାକୁ ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିଥାଆନ୍ତି। ହେଲେ ଏଥିରୁ ଫୁସ୍‌ଫୁସ୍‌ (ଲଙ୍ଗ୍‌ସ) କ୍ୟାନ୍‌ସର ବିଷୟରେ ସୂଚନା ମିଳିପାରିବ। ଏକ ଛାତି ଏକ୍ସ-ରେକୁ ଭଲ ଭାବରେ ତର୍ଜମା କରିବା ପରେ ଏ ନେଇ କିଛି ସୂଚନା ପାଇଛନ୍ତି କୋରିଆସ୍ଥିତ ସିଓଲ ନ୍ୟାଶନାଲ ୟୁନିଭର୍ସିଟି ହସ୍ପିଟାଲର କ୍ୟାନ୍‌ସର ବିଜ୍ଞାନୀମାନେ। ଏଥିପାଇଁ ସେମାନେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଆପଣେଇଥିଲେ। ଛାତି ଏକ୍ସ-ରେକୁ ଅନୁଧ୍ୟାନ କରିବା ସମୟରେ ସେମାନେ ଚେଷ୍ଟ ନୁଡୁଲ୍ସକୁ ଭଲ ଭାବରେ ତର୍ଜମା କରିଥିଲେ। ଏଥିରୁ ସେମାନେ ଫୁସ୍‌ଫୁସ୍‌ କ୍ୟାନ୍‌ସର ସମ୍ପର୍କରେ କିଛି ସୂଚନା ପାଇପାରିଥିଲେ। ଏ ନେଇ ସୂଚନା ଦେଇ ଉକ୍ତ ହସ୍ପିଟାଲର ରେଡିଓଲୋଜି ବିଭାଗର ଡା. ଜିନ୍‌ ମୋ ଗୋ’ କହନ୍ତି, ‘ଏଭଳି ସମସ୍ୟା ବିଶେଷଭାବରେ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥିଲା। ପାଖାପାଖି ୧୦,୦୦୦ ରୋଗୀଙ୍କ ଚେଷ୍ଟ ଏକ୍ସ-ରେକୁ ଅନୁଧ୍ୟାନ କରିବା ପରେ ଏକଥା ଜଣାପଡ଼ିଥିଲା।’

Leave a Reply

Your email address will not be published. Required fields are marked *