ରାଜ୍ୟ

ଦୁଇଟି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ


ନିମାପଡ଼ା : ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଭୁଁଆ ଛକ ଠାରୁ ବଉଳପଦା ଭାୟା ଶୁନୁଗୋରଡ଼ି ରାସ୍ତା ଓ ବାମନାଳ ଠାରୁ ବଳଙ୍ଗା ଭାୟା ବକୁ ରାସ୍ତା ଦୁଇଟି ର ନବୀକରଣ କାର୍ଯ୍ୟ ର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି l ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଉକ୍ତ ରାସ୍ତା ନବୀକରଣ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଶ୍ରୀ ଦାଶ ଙ୍କ ସହିତ ଉତ୍ସବରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ସରପଞ୍ଚ ମମତା ପରିଡ଼ା ,ସମିତି ସଭ୍ୟ ଜୟଦେବ ସ୍ବାଇଁ,ବାମନାଳ ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ ଓ ସମିତି ସଭ୍ୟ ସମେତ ବିଭାଗୀୟ ଯନ୍ତ୍ରୀ ସ୍ମୃତି ରଞ୍ଜନ କାନୁନଗୋ , ଏସ ଡି ଓ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ରାସ୍ତାଟିର ପୁନଃ ନିର୍ମାଣ, ନବୀକରଣ ପାଇଁ ୫ କୋଟି ୨୫ ଲକ୍ଷ ୩୦ ହଜାର ଟଙ୍କା ର ବ୍ୟୟ ବରାଦ କରାଯାଇଥିବା ବେଳେ ଦ୍ୱିତୀୟ ରାସ୍ତା ପାଇଁ ୪କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବିଧାୟକ ଶ୍ରୀ ଦାଶ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *