ରାଜ୍ୟ

ଜିଲାପରିଷଦ ପ୍ରାର୍ଥୀଙ୍କ ନାଁରେ ଠକେଇ ଅଭିଯୋଗ

ଗଞ୍ଜାମ, : ଗତ ପଞ୍ଚାୟତ ନିର୍ବାଚନରେ ୧୫ ନମ୍ବର ଜୋନ ପାଇଁ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁମନ୍ତ ଦାସଙ୍କ ବିରୁଦ୍ଧରେ ରମ୍ଭା ଥାନାରେ ଠକେଇ ଅଭିଯୋଗ ହୋଇଛି। ଗଞ୍ଜାମ ବ୍ଲକର ଝାରେଡି ରାଧା ଗୋବିନ୍ଦ ପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ପାଇଁ ସେହି ଅଞ୍ଚଳରେ ପ୍ଲଟ କରାଇଦେବା କହି ୨୫ ହଜାର ଟଙ୍କା ଅଗ୍ରୀମ ନେଇଥିଲେ l କିନ୍ତୁ ତାଙ୍କୁ ପ୍ଲଟ ମିଳି ନ ଥିଲା। ଏନେଇ ସୁମନ୍ତଙ୍କୁ ବାରମ୍ବାର ପଚାରିଲେ ସେ ଭଣ୍ଡେଇ ଚାଲିଥିଲେ। ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ରମ୍ଭା ପୁଲିସ ପକ୍ଷରୁ ୩୧୯/୨୩ରେ ମାମଲା ରୁଜୁ କରାଯାଇଥିବା ରମ୍ଭା ଥାନା ଅଧିକାରୀ ପି. ସ୍ବରୂପ କିଷନ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *