ରାଜନୀତି

ହାଇକମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଲେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ହଟଚମଟ ଜାରି ରହିଛି | କଂଗ୍ରେସର ଶୀର୍ଷ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ସେନେଇ ଦ୍ଵନ୍ଦ୍ବରେ ଅଛନ୍ତି | ସିଦ୍ଦରମେୟା ଓ ଡିକେ ଶିବକୁମାର ଉଭୟ କର୍ଣ୍ଣାଟକ କଂଗ୍ରେସର ଦୁଇ ବରିଷ୍ଠ ନେତା ହୋଇଥିବାରୁ ଏମାନଙ୍କୁ ମଧ୍ୟରୁ କାହାକୁ ବି ଅଣଦେଖା ଯେଭଳି ନ କରାଯାଏ କଂଗ୍ରେସ ହାଇକମାଣ୍ଡ ସେଥିପ୍ରତି ନଜର ରଖିଛନ୍ତି | ତେବେ ବର୍ତ୍ତମାନ ଖବର ମିଳିଛି ଯେ ଶିବକୁମାରଙ୍କୁ ହାଇକମାଣ୍ଡ ଦେଇଥିବା ପ୍ରସ୍ତାବକୁ ସେ ଅସ୍ବୀକାର କରିଛନ୍ତି |

ପ୍ରଥମେ ଉପମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ସେ ମନା କରିବା ପରେ କଂଗ୍ରେସ ହାଇକମାଣ୍ଡ ୫୦:୫୦ ଫର୍ମୁଲା ( ଉଭୟ ଅଢେଇବଷଁ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବେ) ପ୍ରସ୍ତାବ ମଧ୍ୟ ଦେଇଥିଲେ | କିନ୍ତୁ ଶିବକୁମାର ଏହାକୁ ନେଇ ସର୍ତ୍ତ ରଖିଛନ୍ତି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ କହିଛନ୍ତି ଯେ ଯଦି ୫୦:୫୦ ଫର୍ମୁଲା ଲାଗୁହେବ ତେବେ ପ୍ରଥମ ଅଢେଇ ବର୍ଷର କାର୍ଯ୍ୟକାଳ ତାଙ୍କୁ ଦିଆଯାଉ | ଶିବକୁମାର କହିଛନ୍ତି ଯଦି ଦେବାର ଅଛି ତେବେ ପ୍ରଥମ ଅଢେଇ ବର୍ଷର କାର୍ଯ୍ୟକାଳ ମତେ ଦିଆଯାଉ, ନଚେତ କିଛି ନ ଦିଆଯାଉ |

ସୂଚନାନୁସାରେ, ଡି.କେ ଶିବକୁମାରଙ୍କୁ ପୂର୍ବରୁ  ୬ଟି ବିଭାଗର ମନ୍ତ୍ରୀ ସହ ଉପମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା। ତେବେ ଏଥିରେ ସେ ରାଜି ହୋଇ ନଥିଲେ 

One thought on “ହାଇକମାଣ୍ଡଙ୍କ ନିକଟରେ ସର୍ତ୍ତ ରଖିଲେ ଶିବକୁମାର

  • Bima Chronicle

    Beautiful News ।

    Reply

Leave a Reply

Your email address will not be published. Required fields are marked *