ଦେଶ- ବିଦେଶ

ମସଜିଦର ସର୍ଭେ ବିରୋଧରେ ଶୁଣାଣି ଆଜି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦର ବୈଜ୍ଞାନିକ ସର୍ଭେ କରିବା ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଆବେଦନ ଉପରେ କୋର୍ଟ ଶୁକ୍ରବାର ଶୁଣାଣି କରିବେ। ବରିଷ୍ଠ ଆଇନଜୀବୀ ହୁଫେଜା ଅହମଦି ମାମଲାର ଜରୁରୀ ଶୁଣାଣି କରିବାକୁ ଆବେଦନ କରିବା ପରେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଯୁକ୍ତିରେ ସମ୍ମତ ହୋଇଥିଲେ। ଗତ ସପ୍ତାହରେ ହାଇକୋର୍ଟ ମସଜିଦର କିଛି ଢାଞ୍ଚାର କାର୍ବନ ଡେଟିଂ ପାଇଁ ଅନୁମତି ଦେଇଥିଲେ। ସିଜେଆଇ ମେ ୨୨ ତାରିଖରେ ମାମଲା ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କଲାବେଳେ ଅହମଦି କହିଥିଲେ ଯେ ସେହିଦିନ ହିଁ ଏଏସ୍‌ଆଇ ପକ୍ଷରୁ ସର୍ବେକ୍ଷଣ ଆରମ୍ଭ କରାଯିବ। ତେଣୁ ଏହାର ଜରୁରୀ ଶୁଣାଣି ପାଇଁ ସେ ଆବେଦନ କରିଥିଲେ। ଏହାପରେ ସିଜେଆଇ ଏହା ଶୁଣାଣି ଶୁକ୍ରବାର କରିବାକୁ ରାଜି ହୋଇଛନ୍ତି।

Leave a Reply

Your email address will not be published. Required fields are marked *