ରାଜ୍ୟ

କୁଶଭଦ୍ରା ଓ ଧନୁଆଁ ନଦୀ ପରିଦର୍ଶନ କଲେ ବିଜୟ ମହାପାତ୍ର


ନିମାପଡ଼ା : ସମଗ୍ର ପୁରୀ ଜିଲ୍ଲା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ।ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା ହୋଇଥିବାରୁ ବନ୍ୟା ନିୟନ୍ତ୍ରଣ, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ରେ ପ୍ରତିବର୍ଷ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଟ ସଂସ୍ଥା ବା ବ୍ୟକ୍ତିବିଶେଷ ମାନେ ହିଁ ଉପକୃତ ହୋଇଥାନ୍ତି ।ଏହା ଦ୍ଵାରା କେବଳ ସରକାର ଙ୍କର ଅର୍ଥ ମାଟିରେ ଫୋତି ହୁଏ ଆଉ ପାଣିରେ ଭାସେ କିନ୍ତୁ କୌଣସି ସ୍ଥାୟୀ ପ୍ରତିକାର ହୋଇ ପାରିନାହିଁ । ଗୁରୁବାର ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ କୁମାର ମହାପାତ୍ର ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହିତ କୁଶଭଦ୍ରା ଓ ଧନୁଆଁ ନଦୀ ପରିଦର୍ଶନ କରି ଏହାର ବନ୍ଧବାଡ ର ଅବସ୍ଥା ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ। ଉଭୟ ନଦୀ ରେ ବନ୍ୟା ନିୟନ୍ତ୍ରଣ କରିବାରେ ସ୍ଥାନୀୟ ଲୋକପ୍ରତିନିଧି ଓ ଜଳ ସମ୍ପଦ ବିଭାଗ ବିଫଳ ହୋଇଛି। ଯାହାଫଳରେ କି ପ୍ରତିବର୍ଷ ନଦୀ କୂଳରେ ବସ ବାସ କରୁଥିବା ଚାଷୀ ହତାଶ ହେବା ସହିତ ଗରିବ ଓ ଦିନ ମଜୁରିଆଙ୍କ ଆର୍ଥିକ ମାନଦଣ୍ଡ ଦୁର୍ବଳ ହୋଇପଡ଼ୁଛି । ଧନୁଆଁ ବନ୍ୟାର ନିୟନ୍ତ୍ରଣ ପାଇଁ ଅଚ୍ୟୁତପୁର ଓ ଭଇଁଚୁଆ କାଜ ର ସୁଦୃଢ କାର୍ଯ୍ଯ ହେବା ସହିତ କେମିତି ଉକ୍ତ ଅଞ୍ଚଳ ରେ ସଂପୂର୍ଣ୍ଣ ଭାବେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ସେଥିପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଘଟଣା ର ଅନୁଧ୍ୟାନ କରିଥିଲେ। ପ୍ରାଚୀ ଓ କାଦୁଆ ନଦୀ ଡ୍ରେନର ମଧ୍ୟ୍ୟ କିଛି ଅଂଶ ବୁଲି ଜଳ ନିଷ୍କାସନ ଓ ତାରପୁନଃଉଦ୍ଧାର କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇବା ସହ ଦରକାର ପଡ଼ିଲେ ଓଡିଶା ହାଇକୋର୍ଟ ର ଆଶ୍ରୟ ନେବେ ବୋଲି ଶ୍ରୀ ମହାପାତ୍ର ଗଣ ମାଧ୍ୟମ କୁ କହିଲେ । ତାଙ୍କ ସହିତ ନିମାପଡା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ବେଣୁଧର ସେଠୀ, ବିଜେପି ର ଯୁବ ନେତା ପ୍ରଶାନ୍ତ କୁମାର ସ୍ୱାଇଁ, ସତ୍ୟଖବର ର ସମ୍ପାଦକ ଅକ୍ଷୟ କୁମାର ନାୟକ, ପ୍ରଭୃତି ବରିଷ୍ଟ ନେତା ଓ କର୍ମୀ ଗ୍ରସ୍ତ କରିଥିଲେ । ଗୋପ ରେ ପହଁଚିଲା ପରେ ଗୋପ ଜଳସେଚନ ଡାକ ବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇ, ରାଜ୍ୟ ସରକାର ଙ୍କୁ ବନ୍ୟା ନିୟନ୍ତ୍ରଣ ରେ ବିଫଳ ହୋଇଥିବାରୁ ତୀବ୍ର ସମାଲୋଚନା କରିଥିଲେ l ନଦୀ କୁ କିପରି ମାରିଦିଆଯାଉଛି ସେ ସମ୍ପର୍କ ରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ ।ତାପରେ ଗୋପ ସେନାପତି ସାହିର ଛାତ୍ର ନେତା ପୁନେଶ କୁମାର ସେନାପତି ଙ୍କ ବାସଭବନ ରେ ମଧ୍ୟାହ୍ନ ଭୋଜନ କରି ଭୁବନେଶ୍ଵର ଫେରି ଯାଇଥିଲେ।

Leave a Reply

Your email address will not be published. Required fields are marked *