ରାଜ୍ୟ

ଯାତ୍ରୀବାହୀ ବସ ଓଲଟିଲା

ଚିଲିକା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଯାତ୍ରୀବାହି ବସ ଭରସାମ୍ୟ ହରାଇ ଲେଉଟିପଡ଼ିଛି । ସୂଚନା ମୁତାବକ ଭୁବନେଶ୍ୱର ରୁ ଯାତ୍ରୀ ନେଇ ଆସ୍କା ଅଭିମୁଖେ ଯାଉଥିବା ନମସ୍କାର ନାମକ ବସଟି ଗତକାଲି ରାତି ପାଖାପାଖି ୨ ଘଟିକା ସମୟରେ ନାଭାଲ ଫାଣ୍ଡି ନିକଟସ୍ଥ ବ୍ରଜରାଜପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଲେଉଟିପଡିଥିଲା । ବସରେ ପାଖାପାଖି ୮୦ ଜଣ ଯାତ୍ରୀ ଥିଲେ । ଖବର ପାଇ ସଙ୍ଗେସଙ୍ଗେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ସହଯୋଗରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇନଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *