ଅପରାଧ

ବୋମା ବିସ୍ଫୋରଣରେ ଜଣେ ମୃତ ୩ ଆହତ

ପେଶାଓ୍ବର,,: ପାକିସ୍ତାନର ଖେବର ପଖତୁନଖ୍ବା ଅଞ୍ଚଳରେ ରାଜଧାନୀ ପେଶାଓ୍ବରରେ ଏକ ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଏକ ମୋଟର ସାଇକେଲରେ ହୋଇଛି। ଆକ୍ରମଣକାରୀ ଉକ୍ତ ମୋଟର ସାଇକେଲରେ ବୋମା ରଖିଥିଲେ।

ପେଶାୱାର ହେଉଛି ପାକିସ୍ତାନର ଷଷ୍ଠ ବୃହତ୍ତମ ସହର ଏବଂ ଖେବର ପାଖତୁନୱାର ରାଜଧାନୀ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ କହିଛି ଯେ ମୋଟରସାଇକେଲରେ ଲଗାଯାଇଥିବା ବୋମା ଯୋଗୁ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର କାରଣ ସମ୍ପର୍କରେ ଯାଞ୍ଚ ଚାଲିଛି। ଜିଓ ନ୍ୟୁଜ ଅନୁଯାୟୀ, ପୋଲିସ ଅଧିକାରୀ କହିଛନ୍ତି ଯେ ମୋଟରସାଇକେଲ ମରାମତି କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି।

Leave a Reply

Your email address will not be published. Required fields are marked *