ବିଶେଷ

ଦେଖିବାକୁ ମିଳୁନି ଦେଶୀଗାଈ, ଗାଁରେ ବି ଶୁଭୁନି ଗାଈ ଫିଟାଅ ହୋ ଡାକ

ଓଡ଼ିଶାରେ ଦେଶୀ ଗାଈ ଙ୍କ ସଂଖ୍ୟା ଅହେତୁକ ଭାବେ ହ୍ରାସ ପାଇଚାଲିଛି ।ସ୍ଥିତି ଏମିତି ହେଲାଣି ଆଉ କିଛି ବର୍ଷ ପରେ ଗାଁ ଦାଣ୍ଡରେ ଗୋ ଧୂଳି ଦେଖିବାକୁ ମିଳିବ ନାହିଁ ,କି ଗାଁ ଦାଣ୍ଡରେ ଗୋଠ ଫେରନ୍ତା ଗାଈ ଗୋରୁ ଙ୍କ ହମ୍ମା ରଡ଼ି ଶୁଣିବାକୁ ମିଳିବ ନାହିଁ ।ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଦେଶୀ ଗାଈ ଙ୍କ ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି ।ଦେଶୀ ଗାଈ ର କ୍ଷୀର ଟୋପାଏ ପାଇବା ମୁସ୍କିଲ ହୋଇଗଲାଣି ।ଜିଲ୍ଲା ପ୍ରାଣୀସମ୍ପଦ କାର୍ଯ୍ୟଳୟ ରୁ ମିଳିଥିବା ସୂଚନା ମୁତାବକ ୨୦୧୨ ମସିହାରେ ହୋଇଥିବା କ୍ୟାଟେଲ ସେନସସ୍ ଅନୁଯାୟୀ ଜିଲ୍ଲାରେ ମୋଟ ୪ଲକ୍ଷ ୪୩ ହଜାର ୯୭୩ ଦେଶୀ ଗାଈ ଥିଲେ ।ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୩୧ ହଜାର ୫୬୫,ବ୍ରହ୍ମଗିରି ବ୍ଲକ ରେ ୩୩ ହଜାର ୩୮,ଡେଲାଙ୍ଗ ବ୍ଲକ ରେ ୨୭ ହଜାର ୩୨୫,ଗୋପ ବ୍ଲକରେ ୭୩ ହଜାର ୪୭୬,କାକଟପୁର ବ୍ଲକ ରେ ୨୭ ହଜାର ୪୨୫,କୃଷ୍ଣପ୍ରସାଦ ବ୍ଳକ ରେ ୧୭ ହଜାର ୨୨୯,କଣାସ ବ୍ଲକ ରେ ୧୯ ହଜାର ୬୫୯,ନିମାପଡ଼ା ବ୍ଲକ ରେ ୬୩ ହଜାର ୮୯୭,ପିପିଲି ବ୍ଲକ ରେ ୪୫ ହଜାର ୮୫୧,ପୁରୀ ସଦର ବ୍ଲକ ରେ ୫୦ ହଜାର ୧୭୩,ଏବଂ ସତ୍ୟବାଦୀ ବ୍ଲକ ରେ ୫୪ ହଜାର ୨୧୭ ଦେଶୀ ଗାଈ ଗୋରୁ ଥିଲେ ।୨୦୧୭ ମସିହା ହୋଇଥିବା କ୍ୟାଟେଲ ସେନସସ୍ ଅନୁଯାୟୀ ଜିଲ୍ଲାର ମୋଟ ଗାଈ ଗୋରୁ ଙ୍କ ସଂଖ୍ୟା ୩ ଲକ୍ଷ ୬୭ ହଜାର ୧୮୩ କୁ ହ୍ରାସ ପାଇଥିଲା ।ସେଥିରୁ ଅସ୍ତରଙ୍ଗ ବ୍ଲକରେ ୨୯ ହଜାର ୨୮୧,ବ୍ରହ୍ମଗିରି ବ୍ଲକ ରେ ୨୯ ହଜାର ୫୪୬ ,ଡେଲାଙ୍ଗ ବ୍ଲକ ରେ ୨୩ ହଜାର ୨୨୫,ଗୋପ ବ୍ଲକରେ ୫୫ ହଜାର ୮୦,କାକଟପୁର ବ୍ଲକରେ ୨୯ ହଜାର ୫୩୭,କୃଷ୍ଣପ୍ରସାଦ ବ୍ଲକରେ ୧୮ ହଜାର ୮୫୯,କଣାସ ବ୍ଲକ ରେ ୩୨ହଜାର୪୦୭ ,ନିମାପଡ଼ା ବ୍ଲକରେ ୫୬ ହଜାର ୧୯୦ ,ପିପିଲି ବ୍ଲକ ରେ ୩୩ ହଜାର ୬୨,ପୁରୀ ସଦର ବ୍ଲକ ରେ ୩୦ ହଜାର ୪୯୨,ଏବଂ ସତ୍ୟବାଦୀ ବ୍ଲକ ରେ ୩୨ ହଜାର ୫୭୨ ଦେଶୀ ଗାଈ ଗୋରୁ ଥିଲେ ।ତେବେ ୨୦ ତମ କ୍ୟାଟେଲ୍ ସେନସସ୍ ରିପୋର୍ଟ ଆସିବା ପରେ ଜିଲ୍ଲାର ମୋଟ ଗାଈ ଗୋରୁଙ୍କ ସଂଖ୍ୟା ୨ ଲକ୍ଷ କୁ ଖସି ଆସିବ ବୋଲି ଅନୁମାନ କରାଯାଉଛି ।ଚାଷ କାର୍ଯ୍ୟରେ ଉନ୍ନତ ଯନ୍ତ୍ରପାତି ର ବହୁଳ ବ୍ୟବହାର , ଏହାର ଏକ ପ୍ରମୁଖ କାରଣ ହୋଇଥିବା ବେଳେ , ଚାରଣ ଭୂମି ମଧ୍ୟ ହ୍ରାସ ପାଇଛି ।ପୂର୍ବରୁ ଗାଁ ଗଣ୍ଡାରେ ପ୍ରତ୍ୟେକ ଘରେ ଲୋକେ ଗାଈଟିଏ ରଖୁଥିଲେ ।ଗୋ ମାତା ଙ୍କ ସେବା ସହ ଦେଶୀ ଗାଈ ର କ୍ଷୀର ମଧ୍ୟ ପାଉଥିଲେ ।ଏବେ ଦେଶୀ ଗାଈ ତୁଳନାରେ ଶଙ୍କର ପ୍ରଜାତି ର ଗାଈ ଅଧିକ କ୍ଷୀର ଦେଉଛନ୍ତି ।ତେଣୁ ଅଧିକ ଅର୍ଥ ରୋଜଗାର ଆଶାରେ ଶଙ୍କର ଜାତୀୟ ଗାଈ କୁ ଲୋକ ମାନେ ଅଧିକ ଗୁରୁତ୍ଵ ଦେଉଥିବାରୁ ଦେଶୀ ଗାଈ ଙ୍କ ସଂଖ୍ୟା ଦୃତ ଗତିରେ କମୁଛି ।ଆଉ ଆଗଭଳି ଦେଶୀ ଗାଈ କ୍ଷୀର ମିଳିବା କଷ୍ଟକର ହୋଇଗଲାଣି । ଗ୍ରାମାଞ୍ଚଳରେ ଚାରଣ ଭୂମି ର ଅଭାବ ସାଙ୍ଗକୁ ଚୋକଡ ଦର ବୃଦ୍ଧି ଦେଶୀ ଗାଈଗୋରୁ ଙ୍କ ସଂଖ୍ୟା ହ୍ରାସ ପାଇବାର କାରଣ ବୋଲି କୁହାଯାଉଛି।ତେଣୁ ଏକା ପରିଶ୍ରମ ରେ ଦେଶୀ ଗାଈ ରୁ ଦୁଇ ଲିଟର କ୍ଷୀର ପାଇବା ବଦଳରେ ଶଙ୍କର ଜାତୀୟ ଗାଈ ଠାରୁ ୧୫/୨୦ ଲିଟର କ୍ଷୀର ମିଳୁଛି। ଏଣୁ ଲୋକ ମାନେ ଅଧିକ କ୍ଷୀର ଦେଉଥିବା ଗାଈ କୁ ରଖିବାକୁ ଇଛା ପ୍ରକାଶ କରୁଛନ୍ତି। ଅନ୍ୟ ପକ୍ଷରେ ସରକାର ହିତାଧିକାରୀ ମାନଙ୍କୁ ଟଙ୍କିକିଆ ଚାଉଳ ଦେଉଥିବାରୁ ଲୋକେ ଚାଷ ମଧ୍ୟ କରିବାକୁ ଇଛା ପ୍ରକାଶ କରୁନଥିବା ବେଳେ ଦେଶୀ ଗାଈ କାହିଁକି ରଖିବେ ବୋଲି କେତେକ ଗାଈ ଚାଷୀ କହିଛନ୍ତି । ବାହାର ରାଜ୍ୟ କୁ ଗୋ ଚାଲାଣ ବେଧଡକ ଚାଲିଥିବାରୁ ଦେଶୀ ଗାଈଗୋରୁ ଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ପୁର୍ବରୁ ଗାଁ ରେ ପ୍ରତ୍ୟେକ ଙ୍କ ଘରେ ଗାଈ ରହୁଥିଲେ। ଜଣେ ଗୋପାଳକୁ ଗ୍ରାମବାସୀ ନିଯୁକ୍ତ ଦେଉଥିଲେ। ସେ
ସକାଳ ହେଲେ ଗାଈ ଫିଟାଅ ହୋ
ଡାକ ପକାଉଥିଲା। ଗାଁ ର ଗାଈ ସବୁ କୁ ନେଇ ଦୂର ଚାରଣ ଭୂମିକୁ ଯାଉଥିଲା। ସେଠାରେ ଗାଈ ମାନେ ଆନନ୍ଦ ରେ ଘାସ, ଲତା ପତ୍ର ଖାଉଥିଲେ। ସଂଧ୍ୟା ବେଳକୁ ଗାଈ ସବୁକୁ ଗୋପାଳ ଗାଁ କୁ ଆଣୁଥିଲା। ପ୍ରତି ଘରୁ ଧାନ, ମୁଗ,ବିରି, ଅର୍ଥ ନେଇ ଗୋପାଳ ନିଜ ପରିବାର ଚଳାଉଥିଲେ। ଏପଟେ ଗାଈ ମାନଙ୍କୁ ଖାଦ୍ୟ ଦବା ଜଞ୍ଜାଳ ନ ଥିଲା। ବ୍ୟବସାୟିକ କାରଣ କୁ ଛାଡ଼ିଦେଲେ ଆଉ କେହି ଗାଈ ରଖୁ ନାହାନ୍ତି। ଗାଁ ରେ ବି ଆଉ ଗାଈ ଗୋଠ ନାହିଁ। ଶୁଭୁନି ଗୋପାଳ ଙ୍କ ଗାଈ ଫିଟାଅ ହୋ ଡାକ। ଏବେ ଏହା କାହାଣୀ ପାଲଟିଛି। ଦିନ ଆସିବ ଶାଗୁଣା ଙ୍କ ପରି ଦେଶୀ ଗାଈ ଆଉ ଦେଖିବାକୁ
ମିଳିବେନି। ସରକାର ଦେଶି ଗାଇ ପାଳନ ଦିଗରେ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ହୁଏତ ଲୋପ ପାଇବାକୁ ବସିଥିବା ଦେଶି ଗାଈ ଙ୍କ ସଂଖ୍ୟା ବୃଦ୍ଧି ଘଟନ୍ତା।
ରିପୋର୍ଟ ଓ ଫଟୋ – ସନ୍ତୋଷ ଦାଶ।
୯୪୩୯୩୬୧୮୮୮

Leave a Reply

Your email address will not be published. Required fields are marked *