ବାଣିଜ୍ୟ

ଏବର୍ଷ ଆଉ ପୁଞ୍ଜି ପ୍ରତ୍ୟାହାର ହେବନି

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ କେନ୍ଦ୍ର ସରକାର ଆଉ କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବା ସମ୍ଭାବନା ନାହିଁ। ଏପରିକି ସରକାରୀ ବ୍ୟାଙ୍କ କିମ୍ବା ବୀମା କମ୍ପାନିରୁ ମଧ୍ୟ ନୁହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପରେ ନୂଆ ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।ନୂଆ ପୁଞ୍ଜି ପ୍ରତ୍ୟାହାର ନକରି ବର୍ତ୍ତମାନ ଚାଲିଥିବା ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକୁ କିଭଳି ତ୍ବରାନ୍ବିତ କରାଯିବ ତାହା ଉପରେ ସରକାର ଅଗ୍ରାଧିକାର ଦେବେ। ସେଥିରେ ଆଇଡିବିଆଇ ବ୍ୟାଙ୍କ, ସିପିଂ କର୍ପୋରେସନ, କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ (କନକର)ଅଆଦି ରହିଛି। ଏପରିକି ଦୁଇଟି ସରକାରୀ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନିର ପୁଞ୍ଜି ପ୍ରତ୍ୟାହାରକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *