ସାହିତ୍ୟ

ସାହିତ୍ୟ ଆସର ବାରଙ୍ଗ”ର ରାଜ୍ୟସ୍ତରୀୟ ବନ୍ଧୁମିଳନ

ଭୁବନେଶ୍ବର -: ସାହିତ୍ୟ ଆସର ବାରଙ୍ଗ (କବି କର୍ମଶାଳା) ପରିବାର, ନନ୍ଦନ କାନନ, ବାରଙ୍ଗ, ଖୋର୍ଦ୍ଧାର ରାଜ୍ୟସ୍ତରୀୟ ବନ୍ଧୁମିଳନ, ଶିଶୁ ସଂକଳନ ‘ଆସ ଆମେ କିଛି ଶିଖିବା’ର ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ବର ପଟିଆ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରରେ ମହା ସମାରୋହରେ ପାଳିତ ହୋଇଯାଇଛି ।
ଆସରର ବରିଷ୍ଠ କବି କଣ୍ଡୁରୀ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସଭାରେ ଡଃ. ଶକୁନ୍ତଳା ବଳିୟାର ସିଂ ମୁଖ୍ୟ ଅତିଥି, ଡଃ.ପ୍ରତିଭା ମହାରଥୀ ମୁଖ୍ୟ ବକ୍ତା, ସୁରେନ୍ଦ୍ର କୁମାର ଦାସ ଓ ପ୍ରଦୀପ ପାଣି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କବି କର୍ମଶାଳାର ପ୍ରତିଷ୍ଠାତା ଭାସ୍କର ଚନ୍ଦ୍ର ଦାସ୍ ସ୍ବାଗତ ଭାଷଣ ଦେଇଥିଲେ ।ଶୋଭାଗିନୀ ନନ୍ଦ ଅତିଥି ପରିଚୟ ପ୍ରଦାନ ଓ କୁମୁଦିନୀ ଦ୍ବିବେଦୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ନାରାୟଣ ପ୍ରସାଦ ରାଉଳ, ସରୋଜ ଭୋଇ, ଶରତ ଚନ୍ଦ୍ର ପଣ୍ଡା,ବଟକୃଷ୍ଣ ପଣ୍ଡା , ଭାରତୀ ପରିଡ଼ା , ସୁଲୋଚନା ବେହେରା, ସରୋଜିନୀ ପତି, ସବିତା ତ୍ରିପାଠୀ, ପ୍ରସନ୍ନ କୁମାର ମେହେର, ସୁବାସ ଚନ୍ଦ୍ର ବିଶି, ରତିନାରାୟଣ ରାଉତ, ରୀତାଅପରାଜିତା ମହାନ୍ତି, ବ୍ରଜବନ୍ଧୁ ପୃଷ୍ଟି, ଗୀତାଞ୍ଜଳି ପୃଷ୍ଟି, ଇତିଶ୍ରୀ ପତି, ପ୍ରତିମା ପ୍ରଧାନ, ସରୋଜ ଭୋଇ, ନାରାୟଣ ପ୍ରସାଦ ରାଉଳ, ଅନିମା ମହାପାତ୍ର, ଜୟନ୍ତୀ ଦାସ, ପ୍ରମୁଖ ସହଯୋଗ କରିଥିଲେ । ଏହା ବ୍ୟତୀତ କଳ୍ପନା ରାଉତ, ପ୍ରତିମା ନାୟକ, ଶକୁନ୍ତଳା ଦାଶ, ଅଳକା ରଥ, ଚନ୍ଦ୍ରକଳା ଦେବୀ, ମଧୁସ୍ମିତା ମହାନ୍ତି , ସଂଯୁକ୍ତା ସାହୁ,ସତ୍ୟଭାମା ସାହୁ ,ଜ୍ୟୋତିପ୍ରଭା ପଟ୍ଟନାୟକ, ଶିବଦୂତୀ ପାଣିଗ୍ରାହୀ, ମଞ୍ଜୁଲତା ନାୟକ, ରତିନାରାୟଣ ରାଉତ, ସୁକାନ୍ତ କୁମାର ମହାପାତ୍ର, ତୁଳସୀ ଚରଣ ଦାଶ, କରୁଣାକର ଭୋଳ, ମମତା ସୁଆର ଆଦି କବି କବୟିତ୍ରୀ ଅନେକ ଦୂରଦୂରାନ୍ତରରୁ ଆସି ବନ୍ଧୁମିଳନରେ ଯୋଗଦାନ କରିଥିଲେ । ଏହି ସମାରୋହର ସଫଳ ରୂପାୟନରେ ସରୋଜ ଭୋଇ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଚାରୁରୂପେ ଦାୟିତ୍ୱ ସହକାରେ ନିର୍ବାହ କରିଥିଲେ । ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମଧ୍ୟ ସହଯୋଗ କରିଥିଲେ ।ପରିଶେଷରେ ମମତାରାଣୀ ବସନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *