ଅପରାଧ

ପ୍ରେମିକାର ଅଶ୍ଲୀଳ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ପାରଳାଖେମୁଣ୍ଡି, : ପ୍ରେମିକାର ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ପ୍ରେମିକ ଜଣକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗଜପତି ଜିଲା କେ.ଝାଲରସିଂ ଅଞ୍ଚଳର।

ମିଳିଥିବା ସୂଚନା ମୁତାବକ, ନୂଆଗଡ଼ ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ କେ.ଝାଲରସିଂ ଅଞ୍ଚଳର ଯୁବକଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅଶ୍ଲୀଳ ଭିଡ଼ିଓ କରିଥିଲେ। ହେଲେ ବିବାହ ନ କଲେ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଦେବାକୁ ପ୍ରେମିକାଙ୍କୁ ଧମକ ଦେଇଥିଲେ। ଯୁବତୀଙ୍କ ବାପା ମା’ ଅନ୍ୟଆଡ଼େ ଝିଅକୁ ବାହାଦେବାକୁ ସ୍ଥିର କରିଥିବାରୁ ପ୍ରେମିକ ଜଣକ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଇଥିଲେ। ଏ ନେଇ ପ୍ରେମିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *