ମୁଖ୍ୟ ଖବର

ମୋଦୀ ହେଉଛନ୍ତି ବସ୍‌: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ସିଡନି ଏରିନା ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମରେ ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇଛନ୍ତି। କାର୍ଯ୍ୟକ୍ରମରେ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ‘ମୋଦୀ , ମୋଦୀ’ ସ୍ଲୋଗାନରେ ସମଗ୍ର ଷ୍ଟାଡିୟମ ପ୍ରକମ୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ମଧ୍ୟ ଉପସ୍ଥିତ ଥିଲେ। ଆଲବାନିଜ କହିଛନ୍ତି, ସିଡନିର କ୍ୟୁଡସ ବ୍ୟାଙ୍କ୍‌ ଏରିନାରେ ୨୦ ହଜାର ଲୋକଙ୍କ ସମାଗମ ଏକ ବିଶାଳ କାର୍ଯ୍ୟକ୍ରମ। ଶେଷ ଥର ପାଇଁ ମୁଁ ମଞ୍ଚ ଉପରେ ବ୍ରୁସ ସ୍ପ୍ରିଙ୍ଗଷ୍ଟିନ୍‌ଙ୍କୁ ଦେଖିଥିଲି। ତେବେ ମୋଦୀଙ୍କ ଭଳି ଭବ୍ୟ ସ୍ବାଗତ ତାଙ୍କୁ ବି ମିଳନଥିଲା। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବସ୍‌ ।

ଆଜିର କାର୍ଯ୍ୟକ୍ରମ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ପରିଚାଳନା କରାଯାଇଥିଲା। ମୋଦୀ କହିଛନ୍ତି, ୨୦୧୪ରେ ମୁଁ ଏଠାକୁ ଆସିବାବେଳେ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଗସ୍ତ ପାଇଁ ୨୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି। ତେଣୁ ଏଥିପାଇଁ ମୁଁ ଆଉଥରେ ସିଡନି ଆସିଛି। ୋଦୀ ହାରିସ୍‌ ପାର୍କକୁ ‘ଲିଟିଲ ଇଣ୍ଡିଆ’ ନାମକରଣ ଅବସରରେ ନୂତନ ଫଳକ ଉଦ୍‌ଘାଟନ କରିଛନ୍ତି ଏବଂ ଏଥିପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି, ବ୍ରିସବେନ୍‌ରେ ଖୁବ୍‌ ଶୀଘ୍ର ଭାରତର ବାଣିଜ୍ୟିକ ଦୂତାବାସ ‌ଖୋଲିବ।

ମୋଦୀ କହିଛନ୍ତି, ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଅନେକ ସମୟରେ ଥ୍ରିସି, ଥ୍ରିଡି ଏବଂ ଥ୍ରିଇ ବୋଲି ବିବେଚନା କରାଯାଏ। କିନ୍ତୁ ଭାରତ-‌ଅଷ୍ଟ୍ରେଲିଆ ସମ୍ପର୍କ ଏବେ ଏହି ଥ୍ରିସି, ଥ୍ରିଡି ଏବଂ ଥ୍ରିଇଠାରୁ ବହୁତ ଊର୍ଦ୍ଧ୍ବରେ। ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ଥ୍ରିସି – ‘କମନୱେଲ୍‌ଥ , କ୍ରିକେଟ ଏବଂ କରି’ ବୋଲି କୁହାଯାଉଥିଲା। ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ମଧ୍ୟ ଥ୍ରିଡି- ‘ଡିମୋକ୍ରାସି, ଡାଏସପୋରା ଏବଂ ଦୋସ୍ତି’ ବୋଲି ବିବେଚନା କରାଯାଏ। ସିଡନି ଏରିନା ଷ୍ଟାଡିୟମରେ ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ତାଙ୍କୁ ଏକ ଭିନ୍ନ ଶୈଳୀରେ ସ୍ବାଗତ କରାଯାଇଛି। ଏକ ରିକ୍ରିଏସନାଲ ଏୟାରକ୍ରାଫ୍‌ଟ ସହାୟତାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରି ଆକାଶରେ ‘ୱେଲ୍‌କମ୍‌ ମୋଦୀ’ ଲେଖାଯାଇଥିଲା। ଏହାର ଭିଡିଓ ଇଣ୍ଟନେଟ୍‌ରେ ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *