ଅପରାଧ

ଯବାନ କହି ଠକି ନେଲେ ୮୩ ହଜାର

ବାଲିଗୁଡା, : ନିଜକୁ ସିଆର୍‌ପିଏଫ୍‌ ଯବାନର ପରିଚୟ ଦେଇ ଜଣେ ମାଛ ବ୍ୟବସାୟୀଙ୍କଠାରୁ ଟଙ୍କା ଠକେଇ ଘଟଣା ବାଲିଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି। ଠକେଇର ଶିକାର ହୋଇଛନ୍ତି କନ୍ଧମାଳ ଜିଲା ବାଲିଗୁଡା ଏନ୍‌ଏସି ନୂଆସାହିର ମାଛ ବ୍ୟବସାୟୀ ଶଙ୍କର ବେହେରା। ଶଙ୍କରଙ୍କ ଠାରୁ ୮୩,୫୦୦ ଟଙ୍କା ଠକେଇ ହୋଇଥିବା ବାଲିଗଡ଼ା ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ଏକ ଅଜଣା ନମ୍ବରରୁ ଶଙ୍କରଙ୍କୁ ଫୋନ କଲ୍‌ ଆସିଥିଲା। ବ୍ୟକ୍ତି ଜଣକ କଶ୍ମୀର ସିଆର୍‌ପିଏଫ୍‌ କ୍ୟାମ୍ପରୁ ଅନିଲ କୁମାର କହୁଥିବା ଶଙ୍କରଙ୍କୁ କହିଥିଲେ। ଶଙ୍କରଙ୍କୁ ୫କିଲୋ ଚିଙ୍ଗୁଡ଼ି ଏବଂ ୧୦ କେଜି ଶୁଖୁଆ ଦେବାକୁ କହିଥିଲେ। ଏପରିକି ଶଙ୍କରଙ୍କ ଫୋନ ପେ ନମ୍ବରରେ ୪୫୦୦ ଟଙ୍କା ପଠେଇଥିବା କହିଥିଲେ। ହେଲେ ମାଛ ବ୍ୟବସାୟୀ ଶଙ୍କର ଟଙ୍କା ଆସି ନ ଥିବା କହିଥିଲେ। ଏହାପରେ ଅନିଲ ଲିଙ୍କ ଶୋ ଅଛି କହି ଶଙ୍କରଙ୍କୁ ଏକ ନୋଟିଫିକେସନ ଆସିଲେ କ୍ଲିକ କରିବାକୁ କହିଥିଲେ। ପରେ ଶଙ୍କରକୁ ଏକ ନୋଟିଫିକେସନ ଆସିଥିଲା। ନୋଟିଫିକେସନକୁ ଶଙ୍କର କ୍ଲିକ କରିବା ମାତ୍ରେ ୪ଟି ପର୍ଯ୍ୟାୟରେ ୮୩,୫୦୦ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା। ସାଇବର ଠକେଇର ଶିକାର ହୋଇଥିବା ଜାଣି ଶଙ୍କର ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଲିଗୁଡା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *