ମୁଖ୍ୟ ଖବର

୨୦ ମିନିଟ୍‌ରେ ୧୬୫୧୭ ଥର ବଜ୍ରାଘାତ

କୋରାପୁଟ: ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଋତୁ ଅନୁସାରେ ପାଗ ଠିକ୍‌ ରହୁନାହିଁ। ପରିବେଶ ସନ୍ତୁଳନ ଅଭାବ ଯୋଗୁଁ ଅଚାନକ ବିପର୍ଯ୍ୟୟ ଆସୁଛି ବୋଲି ପରିବେଶବିଦ୍‌ମାନେ କହୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କୋରାପୁଟ ସହରରେ କିଛି ବର୍ଷ ପୂର୍ବରୁ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ରହୁଥିବା ବେଳେ ଏବେ ଏହା ୩୫ ଡିଗ୍ରି ଅତିକ୍ରମ କରି ପାଖାପାଖି ୪୦ ଡିଗ୍ରିରେ ପହଞ୍ଚୁଛି। ପରିବର୍ତ୍ତିତ ଜଳବାୟୁ ଯୋଗ୍ୟୁ କୋରାପୁଟବାସୀ ବେଶ ପ୍ରଭାବିତ ହୋଇଛନ୍ତି। ଆଜି କୋରାପୁଟରେ ମାତ୍ର ୨୦ ମିନିଟରେ ୧୬,୫୧୭ ଥର ବଜ୍ରପାତ ହୋଇଛି। ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ବିଜୁଳି ଖସିଥିବା ବେଳେ ସାରାଜିଲ୍ଲା ଥରିଉଠିଛି।ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ରବିବାର ଦିନ କୋରାପୁଟ ଜିଲ୍ଲାରେ ପ୍ରକୃତି ପୁଣି ଭୟଙ୍କର ରୂପ ନେଇଥିଲା। ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ବିଜୁଳି ଖସିଥିବା ବେଳେ ସାରାଜିଲ୍ଲା ଥରିଉଠିଥିଲା। ବୈପାରିଗୁଡା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡା, ନନ୍ଦପୁର ଓ କୁନ୍ଦୁରାରେ ୪୫ମିନିଟ୍‌ ମଧ୍ୟରେ ଆକାଶ ୨୧ହଜାର ୯୧ଥର ପ୍ରକମ୍ପିତ ହୋଇଥିଲା।

Leave a Reply

Your email address will not be published. Required fields are marked *