ବିଶେଷ

ସମୁଦ୍ର ତଳୁ ମିଳିଲା ୫୦୦ ବର୍ଷ ପୁରୁଣା ଜାହାଜ

ବେଜିଂ : ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି ।

ଦକ୍ଷିଣ ଚୀନ ସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସମୁଦ୍ର ପତନଠାରୁ ୧ ମାଇଲ ତଳେ ଏହିଦୁଇଟି ଜାହାଜର ଅବଶେଷ ମିଳିଥିଲା। ଚାଇନିଜ୍ ଏକାଡେମୀ ଅଫ୍ ସୋସିଆଲ ସାଇନ୍ସର ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଓଲୋଜି ଜରିଆରେ ରାଜ୍ୟ ସାଂସ୍କୃତିକ ଐତିହ୍ୟ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମିଙ୍ଗ ସାମ୍ରାଜ୍ୟ ସମୟରେ ରେଶମ ମାର୍ଗରୁ ଆମଦାନୀ-ରପ୍ତାନି ସାମଗ୍ରୀ କୁହାଯାଉଥିବା ଏହି ଜାହାଜଗୁଡ଼ିକରେ ସୁନାରୁପା, ହଜାର ହଜାର କାଠ, ଧାତୁ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି  । ଜାହାଜରୁ ମିଳିଥିବା ଅବଶେଷ ମଧ୍ୟରୁ ଗୋଟିଏ ମିଙ୍ଗ ରାଜବଂଶର ହଙ୍ଗଜି ସମୟର, ଯାହା ୧୪୮୮ରୁ ୧୫୦୫ ପର୍ଯ୍ୟନ୍ତ ରହିଥିଲା । ଏହି ସ୍ଥାନରେ ବିଶେଷଜ୍ଞମାନେ କାଠ ଗଦା ଓ କିଛି ମାଟିପାତ୍ର ଦେଖିବାକୁ ପାଇଛନ୍ତି। ସମସ୍ତ ବାଡ଼ି ସମାନ ଆକାରର ଥିଲା ଏବଂ ଭଲ ଭାବରେ ଗଚ୍ଛିତ ଥିଲା । ଅନ୍ୟଟି ୧୫୦୬ରୁ ୧୫୨୧ ମଧ୍ୟରେ ଝେଙ୍ଗଡେ ସମୟର ବୋଲି ଅନୁମାନ କରାଯାଉଛି ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି ଜାହାଜରେ ବି ଅନେକ ମୂଲ୍ୟବାନ ସାମଗ୍ରୀ ମିଳିଛି । ଏହାର ଏକ ଫଟୋରେ ବାଲି ଓ କାଦୁଅ ତଳେ ସୁନାରୁପା, ମୂଲ୍ୟବାନ ସାମଗ୍ରୀ, ଖାଦ୍ୟ ପାତ୍ର, ଜଟିଳ ଡିଜାଇନ୍ ଥିବା ପାତ୍ର ଓ ଜାର ଆଦି ମିଳିଛି ।

Leave a Reply

Your email address will not be published. Required fields are marked *