ରାଜନୀତି

ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବ ବିଜେଡି

ଭୁବନେଶ୍ୱର : ଦିଲ୍ଲୀରେ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ମେ’ ୨୮ରେ ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବରେ ବିଜେଡି ସାମିଲ ହେବ ବୋଲି ବୁଧବାର ଏକ ପ୍ରେସ୍‌ ରିଲିଜ ଜାରି କରି ପ୍ରକାଶ କରିଛି ବିଜେଡି।

ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏନେଇ ଏକ ପ୍ରେସ ରିଲିଜରେ କହିଛନ୍ତି, ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି। ସେହିପରି ସଂସଦ ଭବନ ଭାରତର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରେ। ଏହି ଦୁଇ ସଂସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତୀୟ ସମ୍ବିଧାନ ଦ୍ୱାରା ଉଭୟ ଅଧିକାରପ୍ରାପ୍ତ। ଉଭୟ ସଂସ୍ଥାର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ। ବିଜେଡି ନିଶ୍ଚିତ ଭାବେ ଏହି ମହତ୍ୱ କାର୍ଯ୍ୟରେ ଉପସ୍ଥିତ ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *