ରାଜ୍ୟ

ବଜ୍ରପାତରେ ୫ ଆହତ ୧ ଗୁରୁତର


ନିମାପଡ଼ା : ଆଜି ଅପରାହ୍ନ ରେ ଆକସ୍ମିକ କାଳ ବୈଶାଖୀ ଆସିବାରୁ ବଜ୍ରପାତ ଘଟିଥିଲା। ପୁରୀ ଜିଲ୍ଲା ଚାରିଛକ ଥାନା କନ୍ତିଆ ଗ୍ରାମର ୫ ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ ରେ ଭର୍ତ୍ତି ହୋଇ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।ପ୍ରକାଶ ଯେ ,କନ୍ତିଆ ଗ୍ରାମର କୁଳମଣି ବାରିକ (୬୫), ତ୍ରିନାଥ ସେଠୀ ((୨୫),ସିଲୁ ସେଠୀ(୧୪),ସୁବାସ ସେଠୀ(୫୫), ଆୟୁଷ ସେଠୀ (୬) ପ୍ରମୁଖ ଗ୍ରାମ ମୁଣ୍ଡରେ ଥିବା ଏକ ତ୍ରିନାଥ ମଣ୍ଡପ ଉପରେ ବସିଥିବା ବେଳେ ମଣ୍ଡପ ନିକଟରେ ଥିବା ଏକ ନଡ଼ିଆ ଗଛରେ ହଠାତ୍ ଏକ ଚଡଚଡ଼ି ପଡିଯିବାରୁ ଗଛଟି ଜଳି ଯାଇଥିଲା ।ସେହି ଶବ୍ଦରେ ସେଠାରେ ବସିଥିବା ୫ ଜଣ ଯାକ ଆହତ ହୋଇଥିବା ବେଳେ ଶିଲୁ ସେଠୀ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ଧୀନ ଥିବା ୪ ଜଣ ଙ୍କ ଅବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *