ଦେଶ- ବିଦେଶ

ମଣିପୁର ଗସ୍ତ କରିବେ ଅମିତ ଶାହା

ନୂଆଦିଲ୍ଲୀ,: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହିଂସା ପ୍ରଭାବିତ ମଣିପୁର ଗସ୍ତ କରିବେ। ଆସାମର ଗୁଆହାଟୀରେ ଶାହା କହିଛନ୍ତି, ସମସ୍ତ ବିବାଦର ସମାଧାନ ପାଇଁ ସେ ରାଜ୍ୟ ଗସ୍ତ କରିବେ, କିନ୍ତୁ ସମସ୍ତ ଗୋଷ୍ଠୀ ଶାନ୍ତି ବଜାୟ ରଖିବା ଉଚିତ୍‌।

ନ୍ୟାଶନାଲ ଫରେନସିକ ସାଇନ୍ସ ୟୁନିଭରସିଟି କ୍ୟାମ୍ପସର ଭିତ୍ତି ପ୍ରସ୍ତର ସ୍ଥାପନ କରି ଶାହା କହିଛନ୍ତ, ମଣିପୁରବାସୀଙ୍କୁ ସମସ୍ତ ବିବାଦର କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ସେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ସମ୍ପ୍ରତି ଜାତି ହିଂସା ହେତୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଭୂମିହୀନ ହୋଇଯାଇଛନ୍ତି। ମୈତେଇ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ ହେବାର ଦାବିକୁ ବିରୋଧ କରି ଆଦିବାସୀ ଜନଜାତ ହିଂସାତ୍ମକ ସଂଘର୍ଷ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୧୦ ହଜାର ସୈନ୍ୟ ଏବଂ ସାମରିକ ବାହିନୀ ନିୟୋଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *