ମହାନଗର

କେଦାର ଗୌରୀ ମନ୍ଦିରରେ ଭକ୍ତ ଦର୍ଶନ କରିବାରେ ହନ୍ତସନ୍ତ

ଭୁବନେଶ୍ୱର : ଶୀତଳଷଷ୍ଠି ଓ ଶିବ ବିବାହ ରେ ଭକ୍ତମାନେ କେଦାର ଗୌରୀ ମନ୍ଦିର ରେ ଦର୍ଶନ କରିବାକୁ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି l ଲମ୍ବା ଧାଡିରେ ଭକ୍ତ ମାନେ ଠିଆ ହୋଇ ଦର୍ଶନ କରିବାକୁ ଅପେକ୍ଷା କରିଥିବା ବେଳେ ମନ୍ଦିର ପରିସରରେ ରେ ପ୍ରସାଦ ସେବନ କାର୍ଯ୍ୟ ଚାଲୁ ଥିବାରୁ ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା l ଶୃଙ୍ଖଳା ରକ୍ଷା କରିବାକୁ ନିୟୋଜିତ ଥିବା ପୋଲିସ କର୍ମୀ ମାନେ ମୋବାଇଲ ଦେଖିବା ସହିତ ଏଣେ ତେଣେ ବୁଲୁଥିବାର ଦେଖିବାର ମିଳିଛି l ପଛ ପଟ ଗଳିରେ ପୋଲିସ କିଛି ଚି଼ହ୍ନl ଲୋକଙ୍କୁ ଛାଡି ଦେଉଥିବାରୁ ଭିତରକୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l

ଅନେକ ଭକ୍ତ ଠାକୁରଙ୍କୁ ଦର୍ଶନ କରିନପାରି ଫେରି ଯାଉଥିବାର ଦେଖିବାକୁ ମିଳିଛି l ବର୍ଷକୁ ଥରେ ଏହିଦିନ ରେ ଦର୍ଶନ କରିବାକୁ ଭକ୍ତ ମାନେ ଚାହିଁଥିବା ବେଳେ ପୋଲିସ ର ଖରାପ ବ୍ୟବହାର ବରିଷ୍ଠ ନାଗରିକ ଓ ମହିଳାଭକ୍ତମାନଙ୍କୁ ନିରାଶ ହୋଇଛନ୍ତି l ପ୍ରଶାସନ ପକ୍ଷରୁ କୌଣସି ଉତ୍ତମ ବ୍ୟବସ୍ଥା ନ ଥିବାରୁ ପୁରୁଣା ଭୁବନେଶ୍ୱର ର ବହୁ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି l ତେଣୁ ବିଶୃଙ୍ଖଳା ର ମୁଖ୍ୟ ପଛପଟେ ଥିବା ପୋଲିସ କର୍ମଚାରୀ ମାନେ ଦାୟୀ ବୋଲି କିଛି ଭକ୍ତ ମତ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *