ଦେଶ- ବିଦେଶ

ଧାରା ୨୪୫କୁ ‘ଅଘୋଷିତ ମାର୍ଶଲ ଲ’ କହିଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ପ୍ରଦେଶରେ ଧାରା ୨୪୫ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଇମ୍ରାନ ଏହାକୁ ‘ଅଘୋଷିତ ମାର୍ଶଲ ଲ’ ବୋଲି କହିଛନ୍ତି। ପାକିସ୍ତାନର ସମ୍ବିଧାନର ଧାରା ୨୪୫ ଅନୁଯାୟୀ, ସେନାକୁ ଦେଶର ସୁରକ୍ଷା ପାଇଁ ନାଗରିକ ପ୍ରଶାସନକୁ ସାହାଯ୍ୟ କରିବାକୁ କୁହାଯାଇପାରେ। ମେ’ ୯ରେ ଘଟିଥିବା ହିଂସା ଘଟଣାର ଯାଞ୍ଚ ପାଇଁ ନ୍ୟାୟିକ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଇମ୍ରାନ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲେ।

ପଞ୍ଜାବ, ଖାଇବର ପଖତୁନଖଓ୍ବା, ବାଲୁଚିସ୍ତାନ ଏବଂ ଇସଲାମାବାଦରେ ଧାରା ୨୪୫ର କାର୍ଯ୍ୟକାରିତାକୁ ଚ୍ୟାଲେଞ୍ଜ କରି ଇମ୍ରାନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ଏବଂ ଏହାକୁ ‘ଅଘୋଷିତ ମାର୍ଶଲ ଲ’ କହିଛନ୍ତି। ଇମ୍ରାନ ତାଙ୍କ ଆବେଦନରେ କହିଛନ୍ତି, ଆର୍ମି ଆକ୍ଟ ୧୯୫୨ ଅନୁଯାୟୀ ସାଧାରଣ ନାଗରିକଙ୍କୁ ଗିରଫ, ଅନୁସନ୍ଧାନ ଏବଂ ବିଚାର ପ୍ରକ୍ରିୟା ଅସାମ୍ବିଧାନିକ ଏବଂ ଶୂନ୍ୟ ଏବଂ ଏହାର କୌଣସି ଆଇନଗତ ପ୍ରଭାବ ନାହିଁ। ସମ୍ବିଧାନ, ଆଇନର ନିୟମ ଏବଂ ନ୍ୟାୟପାଳିକାର ସ୍ବାଧୀନତା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *