ମନୋରଞ୍ଜନ

ଖୁବଶୀଘ୍ର ବିବାହ କରିବେ ଆମିର: କେଆରକେ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କଥା ହେଲା ଆକ୍ଟ୍ରେସ ଫାତିମା ସନା ଶେଖଙ୍କ ସହ ଆମିରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ଉଭୟ କଳାକାର ପିକଲବଲ ଖେଳୁଥିବା ନଜର ଆସିଛି। ଏହା ଦେଖିବା ପରେ ୟୁଜର୍ସ ଫାତିମା ଓ ଆମିରଙ୍କୁ କପଲ ବୋଲି କହୁଛନ୍ତି। ଏପଟେ ବଲିଉଡ ଆକ୍ଟର କେଆରକେ ଓରଫ କମାଲ ଆର ଖାଁ ଫାତିମା ଓ ଆମିରଙ୍କ ବିବାହର ଆନାଉନ୍ସମେଣ୍ଟ କରି ଦେଇଛନ୍ତି।

କେଆରକେ ଟୁଇଟ କରିବା ବେଳେ ଫାତିମା ଓ ଆମିରଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟକୁ ନେଇ ବି କଥା ଉଠାଇଛନ୍ତି। ସେ ଲେଖିଛନ୍ତି, ବ୍ରେକିଂ ନ୍ୟୁଜ-ଆମରି ଖାଁ ତାଙ୍କ ଝିଅ ବୟସର ଫାତିମା ସନା ଶେଖଙ୍କୁ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆମିର ଫିଲ୍ମ ଦଙ୍ଗଲ ବେଳରୁ ହିଁ ଫାତିମାଙ୍କୁ ଡେଟ କରୁଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଆମିର ତାଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କର ଆଜାଦ ଖାଁ ନାମକ ଏକ ପୁଅ ଅଛି। ଅଲଗା ହେବା ପରେ ବି ଆମିର ଓ କିରଣ ଏକାଠି ସ୍ପଟ ହେଉଛନ୍ତି। ପ୍ରଥମେ ଆମିର ରିନା ଦତ୍ତଙ୍କୁ ବିବାହ କରିଥିଲେ। ହେଲେ ଏହା ବେଶୀଦିନ ତିଷ୍ଠି ପାରି ନ ଥିଲା। ଉଭୟ ଉଭୟଙ୍କ ସହମତିରେ ଅଲଗା ହୋଇ ଯାଇଥିଲେ। ରିନାଙ୍କ ଆମିରଙ୍କ ପାଖରୁ ଦୁଇଟି ସନ୍ତାନ ରହିଛନ୍ତି ଜୁନୈଦ ଓ ଇରା।

Leave a Reply

Your email address will not be published. Required fields are marked *