ରାଜ୍ୟ

ବଜ୍ରପାତରେ ଆହତ ଯୁବକଙ୍କ ମୃତ୍ୟୁ


ନିମାପଡ଼ା : ଗୁରୁବାର ଅପରାହ୍ନ ରେ ଆକସ୍ମିକ କାଳବୈଶାଖୀ ଆସି ବଜ୍ରପାତ ଘଟିଥିଲା। ପୁରୀ ଜିଲ୍ଲା ଚାରିଛକ ଥାନା କନ୍ତିଆ ଗ୍ରାମର ୫ ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟ ରେ ଭର୍ତ୍ତି ହୋଇ ଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର
ମୃତ୍ୟୁ ଘଟିଛି। କନ୍ତିଆ ଗ୍ରାମର କୁଳମଣି ବାରିକ (୬୫), ତ୍ରିନାଥ ସେଠ(୨୫),ସୁବାସ ସେଠ(୫୫), ଆୟୁଷ ସେଠ (୬) ପ୍ରମୁଖ ଗ୍ରାମ ମୁଣ୍ଡରେ ଥିବା ଏକ ତ୍ରିନାଥ ମଣ୍ଡପ ଉପରେ ବସିଥିବା ବେଳେ ମଣ୍ଡପ ନିକଟରେ ଥିବା ଏକ ନଡ଼ିଆ ଗଛରେ ହଠାତ୍ ଏକ ଚଡଚଡ଼ି ପଡିଯିବାରୁ ଗଛଟି ଜଳି ଯାଇଥିଲା ।ସେହି ଶବ୍ଦରେ ସେଠାରେ ବସିଥିବା ୫ ଜଣ ଯାକ ଆହତ ହୋଇଥିବାବେଳେ ଶିଲୁ ସେଠ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧୀନ ଥିବା ୪ ଜଣ ଙ୍କ ଅବସ୍ଥା ଭଲଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ଜଣା ପଡ଼ିବା ପରେ ସମ୍ପୁକ୍ତ ଗ୍ରାମ ରେ ଶୋକ ର ଛାୟା ଖେଳି ଯାଇଛି।ଖବର ପାଇ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଚାରିଛକ
ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ଆହତ ମାନଙ୍କୁ
ଭେଟିବା ସହିତ ଡାକ୍ତର ଙ୍କ ସହିତ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *