ଅପରାଧ

ସ୍କୁଲ୍‌ରେ ନିଆଁ ଲଗାଇ ଦେଲେ ଛାତ୍ରୀ; ଚାଲିଗଲା ୨୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ:  ଜଣେ  ଛାତ୍ରୀଙ୍କ ବିରୋଧରେ ନିଜ ସ୍କୁଲ୍‌ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ଆସିଛି । ଜାଣିବାକୁ ମିଳିଛି ଯେ ଶିକ୍ଷକ ମୋବାଇଲ୍‌ ଫୋନ୍‌ ନେଇଯିବାରୁ ଛାତ୍ରୀ ଜଣକ ରାଗରେ ଆସି ଏପରି କରିଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ୨୦ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାଟି ହେଉଛି ଦକ୍ଷିଣ ଆମେରିକୀୟ ଦେଶ ଗୁଏନାର। ଏପରି କାଣ୍ଡ କରିଥିବା ଛାତ୍ରୀଙ୍କ ବୟସ ମାତ୍ର ୧୪ ବର୍ଷ।

ଡେଲି ଷ୍ଟାର୍‌ର ରିପୋର୍ଟ ମୁତାବକ, ସୋମବାର ରାତିରେ ମହଦିଆ ସେକେଣ୍ଡାରି ସ୍କୁଲ୍‌ର ବାଳିକା ହଷ୍ଟେଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଦେଖୁ ଦେଖୁ ତତ୍‌କ୍ଷଣାତ ଚାରିଆଡ଼େ ବ୍ୟାପିଗଲା। ସେହି ନିଆଁ ଭିତରେ ସ୍କୁଲ୍‌ର ଅନେକ ଛାତ୍ର ଓ କିଛି କର୍ମଚାରୀ ଫସି ରହିଥିବା ବେଳେ ଅଗ୍ନିଶମ ବାହିନୀଙ୍କୁ ତୁରନ୍ତ ଡକା ଯାଇଥିଲା। ହେଲେ ଅଗ୍ନିଶମ ବାହିନୀ ଆସି ନିଆଁ ଲଗାଇବା ବେଳକୁ ୨୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା।

ଏହି ଘଟଣା ରାଜଧାନୀ ଜର୍ଜ ଟାଉନ୍‌ର ପ୍ରାୟ ୨୦୦ ମାଇଲ୍‌ ଦୂରରେ ଥିବା ସେଣ୍ଟ୍ରାଲ୍‌ ଗୁଏନା ମାଇନିଂ ଟାଉନ୍‌‌ରେ ହୋଇଛି। ତେବେ ଏହି ମାମଲାର ତଦନ୍ତ କରି ପୁଲିସ୍‌ ସୂଚନା ଦେଇଛି ଯେ ନିଆଁ ଲଗାଇଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ, ବରଂ ଏହି ସ୍କୁଲ୍‌ର ଜଣେ ଛାତ୍ରୀ। ତେବେ ଜଣେ ଶିକ୍ଷକ ଛାତ୍ରୀଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେଇ ଯିବାରୁ ସେ ଖୁବ୍ ରାଗିଗଲେ ଓ ସ୍କୁଲ୍‌ରେ ନିଆଁ ଲଗାଇ ଦେଲେ। ଏହି ଅଗ୍ନିକାଣ୍ଡରେ ଛାତ୍ରୀଜଣକ ନିଜେ ବି କ୍ଷତିଗ୍ରସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *