ମହାନଗର

ପବିତ୍ର ସ୍ନାନ ପୂର୍ଣ୍ଣିମାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଭକ୍ତ ଦାସିଆ ସ୍ମୃତି କମିଟିରେ ଆଲୋଚିତ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଶହୀଦ୍‌ନଗର ବିଷ୍ଣୁ ମନ୍ଦିରର ସାଂସ୍କୃତିକ ଭବନ କକ୍ଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ ବିଗତ ବର୍ଷର ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଆୟବ୍ୟୟ ଉପସ୍ଥାପନ କରିବା ସହ ଚଳିତ ବର୍ଷର ଖର୍ଚ୍ଚ ଆକଳନର ବିବରଣୀ ଉପସ୍ଥିତ ସଦସ୍ୟଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ । ସାଧାରଣ ସଂପାଦକ ଡ଼. ଘନଶ୍ୟାମ ସ୍ୱାଇଁ ଉକ୍ତ ଆର୍ଥିକ ଆବଶ୍ୟକତାକୁ ସଦସ୍ୟମାନଙ୍କ ଯଥାଶକ୍ତି ସହଯୋଗରେ ପୂରଣ କରାଯାଇ ନିଜ ନିଜ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଂଟନ କରିଥିଲେ । ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ନାରାୟଣ ମହାପାତ୍ର, ଦିବ୍ୟଦିଗନ୍ତର ସଭାପତି ଜୟ ପ୍ରକାଶ ମିଶ୍ର, ରୋଟାରିୟାନ ଅବନୀ କାନ୍ତ ପଟ୍ଟଯୋଶୀ, ଡ଼. ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀ ଶ୍ରୀମନ୍ଦିରର କାର୍ଯ୍ୟ ନିର୍ଘଣ୍ଟ ପରେ ଭକ୍ତ ଦାସିଆଙ୍କ ପୀଠରେ ଉପରୋକ୍ତ ସମସ୍ତ କାର୍ଯ୍ୟ ଧାରା ନିର୍ଦ୍ଧିଷ୍ଟ ସମୟରେ କରାଯିବା ପାଇଁ ସ୍ଥିର କରାଯାଇଥିଲା । ସଭା ଆରମ୍ଭରେ ନୂତନ ସଭ୍ୟ ଅର୍ଜ୍ଜୁନୀ ଚରଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *