ଧର୍ମ

ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର : ଦୀର୍ଘ ପଚାଶ ବର୍ଷ ଧରି ଠାକୁରାଣୀ ମା ‘ ସିନ୍ଦୂରେଇ ଦେବୀ ଗୋଟେ ଗଛତଳେ ପୂଜା ପାଇ ଆସୁଥିଲେ । ବିଗତ କୋଡ଼ିଏ ବର୍ଷ ତଳେ ଭକ୍ତ ବାଇଧର ସାହୁ ଏହିଠାରେ ଏକ ମନ୍ଦିର ଗଢ଼ାଇଥିଲେ । ମାତ୍ର, ଦୂର୍ଯୋଗ ବଶତଃ ମନ୍ଦିରଟି ପ୍ରାଣ ପ୍ରତିଷ୍ଠା ପାଇବା କିଛି ଦିନ ପୂର୍ବରୁ ତାଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ସେହି ମହାଶୟଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ସହିତ ମା’ ଶିନ୍ଦୂରେଇଙ୍କୁ ଯଥୋଚିତ ଗମ୍ଭିରୀର ମନ୍ତ୍ରବେଦି ରେ ସ୍ଥାପନ କରିବା ପାଇଁ ୨୦/୦୫ /୨୦୨୩ ରୁ ୨୩/୦୫/୨୦୨୩ ପର୍ଯ୍ୟନ୍ତ ତ୍ରିଦିବସୀୟ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିଲା । ସଭାପତି ବିଶ୍ଵନାଥ ସାହୁ , ସମ୍ପାଦକ ବିଭୂତି ଭୂଷଣ ସାହୁ ଏବଂ ଉତ୍ତର ଶାସନ ଗ୍ରାମ ପଞ୍ଚାୟତର ସମସ୍ତ ଦାତା , ଉଦ୍ୟୋକ୍ତା ଓ କର୍ମକର୍ତ୍ତା ମାନଙ୍କ ବିପୁଳ ସହାୟତାରେ ନୂତନ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠାରେ କଳସ ଯାତ୍ରା , ବିଗ୍ରହ ନଗର ଭ୍ରମଣ , ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ପରି ତିନିଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ସହିତ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଉପସ୍ଥିତ ରହି ସଫଳ ପୂର୍ବକ ଆଗେଇ ନେଇଥିବାରେ ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି ସାଂସଦ ରାଜଶ୍ରୀ ମଲିକ, ବିଧାୟକ ବିଜୟ ଶଙ୍କର ଦାସ , ସୁରେନ୍ଦ୍ର ଶତପଥୀ , ସବ୍ୟସାଚୀ ଶତପଥୀ ଏବଂ ଯୁଧିଷ୍ଟିର ସେଠୀ । ସର୍ବୋପରି ମନ୍ଦିର ଗଢିବାର ପରିକଳ୍ପନା ଠାରୁ ଏଯାବତ୍ ନୂତନ ବିଗ୍ରହ ସ୍ଥାପନ ଓ ପ୍ରାଣପ୍ରିଷ୍ଠା ପର୍ଯ୍ୟନ୍ତ ତଥା ଏ ମହାଯଜ୍ଞରେ ମୁଖ୍ୟ କର୍ତ୍ତା ସୁରେଶ ଚନ୍ଦ୍ର ଦାଶ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଛବିରାଣୀ ପତି ଆମୂଳଚୁଳ ସମସ୍ତ କାର୍ଯ୍ୟରେ ନିଜର ଭରପୁର ଯୋଗଦାନ ଦେଇ କେବଳ ଆମ ଅଞ୍ଚଳ କାହିଁକି ବରଂ ସାରା ବିଶ୍ଵର ଶାନ୍ତି ପାଇଁ ମାଆ ଙ୍କ କୃପା ସମସ୍ତଙ୍କ ଉପରେ ଏମିତି ଝରିପଡୁ କାମନା ରଖିଛନ୍ତି ।।

Leave a Reply

Your email address will not be published. Required fields are marked *