ରାଜ୍ୟ

ସାମ୍ବାଦିକ ସଂଗ୍ରାମ ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ


ନିମାପଡ଼ା: ପୁରୀ ଜିଲ୍ଲା କୋଣାର୍କ ର ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ କରୋନା ଯୋଦ୍ଧା ଦିବଙ୍ଗତ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୁଆ, ବରିଷ୍ଠ ଶିକ୍ଷାବିତ ରବୀନ୍ଦ୍ରନାଥ ବାହିନୀପତି, ଶିକ୍ଷାବିତ ରାମକୃଷ୍ଣ ମହାନ୍ତି, ସମାଜସେବୀ ଉମେଶ ଚନ୍ଦ୍ର ସ୍ୱାଇଁ, କାକଟପୁର ପ୍ରେସ କ୍ଲବ ର ସଭାପତି କମଳ ଲୋଚନ ଦୀକ୍ଷିତ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ବିଶ୍ୱାଳ , କୋଣାର୍କ ହସ୍ତଶିଳ୍ପ ବ୍ୟବସାୟ ମହାସଂଘ ର ସଭାପତି ସୁବାଷ ନାୟକ, ରେଡ଼ିଓ ନମସ୍କାର ର ଅଧ୍ୟକ୍ଷ ଏନ ଏ ଶାହା ଅନସାରି, ସୋଲାର ର ସମ୍ପାଦକ ହରିଶ୍ଚନ୍ଦ୍ର ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଶେଷରେ ସମାଜରେ ପ୍ରତିଷ୍ଠିତ ବରିଷ୍ଠ ସାମ୍ବାଦିକ ମହେଶ୍ବର ସାମଲ, ପରିବେଶବିତ ସରୋଜ କୁମାର ଜେନା, କରୋନା ଯୋଦ୍ଧା ଡାକ୍ତର ବିଦୁଭୁଷଣ ନାୟକ, ଯୁବ ସାମାଜିକ କର୍ମୀ ନିରଞ୍ଜନ ତ୍ରିପାଠୀ , ଯୁବ ସମାଜସେବୀ କୁନାଲ ପାତ୍ରଙ୍କୁ ସଂଗ୍ରାମ ସ୍ମୃତି ସମ୍ମାନ ରେ ସଂମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *