ଦେଶ- ବିଦେଶ

ଆତ୍ମଘାତୀ ଆକ୍ରମଣ: ୨ ମୃତ

ଇସଲାମାବାଦ, : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ସୁରକ୍ଷା ବାହିନୀଙ୍କର ଏକ ଦଳକୁ ଟାର୍ଗେଟ କରାଯାଇଛି। ବିସ୍ଫୋରକ ସାମଗ୍ରୀ ଥିବା ମୋଟରସାଇକେଲରେ ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହା ସହିତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି।

ସୁରକ୍ଷା ବାହିନୀଙ୍କର ଏହି ଦଳ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଡେରା ଇସମାଇଲ ଖାନରୁ ଦକ୍ଷିଣ ୱାଜିରିସ୍ତାନର ଆସମାନ ମଞ୍ଜା ଅଞ୍ଚଳକୁ ଯାଉଥିବାବେଳେ ଆତ୍ମଘାତୀ ବିସ୍ଫୋରଣକାରୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳର ଦାୟିତ୍ୱରେ ଥିବା ଇନାୟତୁଲ୍ଲା ଟାଇଗର କହିଛନ୍ତି। ସେ କହିଛନ୍ତି ସୁରକ୍ଷା ବାହିନୀର ଦୁଇଜଣ ସଦସ୍ୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ପାକିସ୍ତାନର ଆଇନ ପ୍ରଣୟନକାରୀ ସଂସ୍ଥା ଏହି ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି।

Leave a Reply

Your email address will not be published. Required fields are marked *