ରାଜ୍ୟ

ଅନୁଶାସନ ନାମରେ ୩୦ ପିଲାଙ୍କ କେଶ କାଟିଲେ ଶିକ୍ଷକ

ଗୁଆହାଟୀ : ଆସାମର ମାଜୁଲି ଜିଲାରେ ଅନୁଶାସନ ନାମରେ ଜଣେ ଶିକ୍ଷକ ୩୦ ଜଣ ପିଲାଙ୍କ କେଶ କାଟିବା ମାମଲା ସାମ୍ନାକୁ ଆସିଛି। ଜିଲାର ଡେପୁଟି କମିଶନର ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ପିଲାମାନେ ସେମାନଙ୍କର କେଶକୁ ଲମ୍ବା ରଖିଛନ୍ତି, ଯାହା ବିଦ୍ୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ଜନୀୟ। ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ସେମାନଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା ଏବଂ ପିତାମାତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା କିନ୍ତୁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ସେମାନେ ଲମ୍ବା କେଶ ରଖିଥିବାରୁ ଅଦୁଶାସନ ଶିକ୍ଷା ପାଇଁ ଏଭଳି କରାଯାଇଥିଲା। ଏହା ଏକ ଅନୁଶାସନ ଉପାୟ ଥିଲା ।

ଡେପୁଟି କମିଶନର କାବେରୀ ବି ଶର୍ମା ସମ୍ପୃକ୍ତ ଅଧିକାରୀଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏବଂ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଶିକ୍ଷକ କେବଳ ଲମ୍ବା କେଶ କାଟି ଏହାକୁ ଛୋଟ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ କାଟିନାହାନ୍ତି। ସମ୍ପୂର୍ଣ୍ଣ କେଶ କଟାଯାଇଥିବା ରିପୋର୍ଟରେ ମିଥ୍ୟା।

ନିକି ନାମକ ଅଭିଯୁକ୍ତ ଶିକ୍ଷକ କହିଛନ୍ତି, ସେ କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିଛନ୍ତି। ତେବେ ଘଟଣା ପରେ ପିଲାମାନେ କ୍ଲାସରେ ଯୋଗଦେବାକୁ ମନା କରୁଛନ୍ତି। ଜଣେ ଛାତ୍ରଙ୍କର ଅଭିଭାବକ କହିଥିଲେ ସେମାନଙ୍କ ପିଲାମାନେ କାନ୍ଦି କାନ୍ଦି ଘରକୁ ଆସିଥିଲେ ଏବଂ ବର୍ତ୍ତମାନ ସେମାନେ ସ୍କୁଲ ଯିବାକୁ ମନା କରୁଛନ୍ତି। ସେମାନେ ନିଜକୁ ଅତ୍ୟନ୍ତ ଅପମାନିତ ଅନୁଭବ କରୁଛନ୍ତି।

ଅଭିଭାବକମାନେ କହିଛନ୍ତି ବିଦ୍ୟାଳୟ ଶୃଙ୍ଖଳାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। କିନ୍ତୁ ଅନୁଶାସନର ସୀମା ପ୍ରତି ମଧ୍ୟ ଯତ୍ନବାନ ହେବା ଉଚିତ। ସମସ୍ତ ପିଲା ଏକତ୍ରିତ ହୋଇଥିବା ସମୟରେ ପୁରା ବିଦ୍ୟାଳୟ ସାମ୍ନାରେ କେଶ କାଟିବା ଅପମାନଜନକ ।

Leave a Reply

Your email address will not be published. Required fields are marked *