ଅପରାଧ

ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

ନିମାପଡ଼ା: ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଥକା ଗ୍ରାମ ପଞ୍ଚାୟତ ର ନରଣପୁର ସରକାରୀ ପ୍ରକଳ୍ପ ଉ:ପ୍ରା ବିଦ୍ୟାଳୟ ର ମୁଖ୍ୟ ଗେଟ ତାଲା ଓ
ଏକ ଗୃହ ର ତାଲା ଭାଙ୍ଗି ବିଦ୍ୟାଳୟ ରେ ଥିବା ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବସ୍ତା , ରୋଷେଇ ସାମଗ୍ରୀ ଓ କିଛି ଆସବାବପତ୍ର ଚୋରି କରି ନେଇଯାଇଥିଵା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁନନ୍ଦା ରାଉତ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟମାନେ କାକଟପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତ ରେ ପ୍ରଧାନ ଶିକ୍ଷୟତ୍ରୀ ବ୍ଲକ ଅଧ୍ୟକ୍ଷ, ଶିକ୍ଷା ଅଧିକାରୀ, ବିଡ଼ିଓ ଓ ସରପଞ୍ଚ ଙ୍କୁ ମଧ୍ୟ ଅବଗତ କରିଛନ୍ତି।କାକଟପୁର ଥାନା ପୋଲିସ ଘଟଣା ର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *