ଅପରାଧ

ତିହାର ଜେଲରେ ପୁଣି ଗ୍ୟାଙ୍ଗଓ୍ବାର୍, ୨ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ହାଇପ୍ରୋଫାଇଲ୍ ତଥା ସୁରକ୍ଷିତ ତିହାର ଜେଲ୍ ଭିତରେ ପୁଣି ଥରେ କଏଦୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ଗ୍ୟାଙ୍ଗୱାର ହୋଇଛି। ଆକ୍ରମଣରେ ଦୁଇ ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି। ଜେଲ୍ ଭିତରେ ଏହି ସଂଘର୍ଷ ପରେ ଜେଲ୍ ପରିସରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆହତମାନଙ୍କୁ ତୁରନ୍ତ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହି ଲଢେଇରେ ସଂପୃକ୍ତ ଉଭୟ ଗୋଷ୍ଠୀର କଏଦୀ ବିଭିନ୍ନ ଗୁରୁତର ମାମଲାରେ ବିଚାରାଧୀନ ଥିବା ସୂଚନା ମିଳିଛି। ଲଢେଇ କରିଥିବା କଏଦୀମାନେ ଦିଲ୍ଲୀର ଦୁଇଟି ବିରୋଧୀ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି । ଏହି କଏଦୀମାନେ ପରସ୍ପରକୁ ଧାରୁଆ କଣ୍ଟା ଦ୍ବାରା ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଜେଲ୍ ଭିତରେ ହଇଚଇ ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ତିହାର ଜେଲରେ ହୋଇଥିବା ଏକ ଗ୍ୟାଙ୍ଗଓ୍ବାରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ଲରେନ୍ସ ବିଷ୍ନୋଇର ସହଯୋଗୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା ଓ ତିହାର ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା ।

Leave a Reply

Your email address will not be published. Required fields are marked *