ରାଜନୀତି

ମୋ ଘର’ ଯୋଜନା ପୁରୁଣା ମଦ : ବିଜେପି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଅନୁମୋଦିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ମୋ ଘର’ ଯୋଜନା ଅନୁମୋଦିତ ହୋଇଥିଲା | ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସରକାର ସହାୟତା ଦେବେ । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନାହାନ୍ତି, ସେମାନଙ୍କୁ ରାଜ୍ୟ ସରକାର ଏହି ‘ମୋ ଘର’ ଯୋଜନାରେ ଘର ଯୋଗାଇଦେବେ। ବର୍ତ୍ତମାନର ଗୃହନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡରୁ ବାଦ ପଡିଥିବା କିମ୍ବା ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ପରିବାର ଏହି ଯୋଜନାରୁ ଉପକୃତ ହେବେ। ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନାରେ ନିଜ ଗୃହର ଉନ୍ନତିକରଣ ଏବଂ ସମ୍ପ୍ରସାରଣ କରିପାରିବେ।ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ସହ ୬୦,୦୦୦ ଟଙ୍କାର ସବସିଡି ବ୍ୟବସ୍ଥା ରହିଛି। ସବସିଡି ବାବଦ ଅର୍ଥ ରାଜ୍ୟ ସରକାର ନିଜସ୍ଵ ପାଣ୍ଠିରୁ ଭରଣା କରିବେ। ତେବେ ଏହାକୁ ନେଇ ବିଜେପି କଟାକ୍ଷ କରିଛି | ବିଜେପି କହିଛି ଯେ ଏହା କେବଳ ଘୋଷଣା ସର୍ବସ୍ୱ ସରକାର | ନୂଆ ମଦ ବୋତଲରେ ପୁରୁଣା ମଦ ସଦୃଶ, କୌଣସି ଯୋଜନାରେ ବଜେଟ ନାହିଁ | ଖାଲି ସ୍କିମ ପରେ ସ୍କିମ କରୁଛନ୍ତି | ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି | ଆମେ ଯାହା କରିଛୁ, ତାହା କହୁଛୁ | ସେହି ଯୋଜନା ଏବେ କେନ୍ଦ୍ର ସରକାର ବନ୍ଦ କରିବା ପରେ ତାକୁ ଡାଇଭର୍ଟ କରି ତାକୁ ନୂଆ ଆକାରରେ ଘୋଷଣା କରିଛନ୍ତି | ଅନେକ ଲୋକ ଏବେ ଅସନ୍ତୁଷ୍ଟ ଥିବାରୁ ତାଙ୍କୁ ଆଶା ଦେବାକୁ ପୁରୁଣା ମେଥର୍ଡ ବ୍ୟବହାର କରୁଛନ୍ତି | ହେଲେ ଲୋକ ସବୁ ଜାଣିଗଲେଣି, ବୁଝିଗଲେଣି, ତେଣୁ ପରିବର୍ତ୍ତନ କରିବେ |

Leave a Reply

Your email address will not be published. Required fields are marked *