ମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର

ଭୁବନେଶ୍ବର: ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକଙ୍କୁ ଅଟକ ରଖିଥିବା ଜଣାଯାଇଛି। ଆଜି ଜଣେ ଅଭିଯୋଗକାରୀଙ୍କୁ ତାଙ୍କ ଜମି ଅଧିଗ୍ରହଣ ବଦଳରେ ଏନଏଚଏଆଇ ଅଧିକାରୀଙ୍କ ଦ୍ବାରା ୫୧,୭୫,୮୧୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ଅଭିଯୋଗକାରୀଙ୍କ କ୍ଷତିପୂରଣ ଚେକ୍ ପ୍ରଦାନ ପାଇଁ ତହସିଲଦାର ଦୁଇଟି ଖାଲି ଚେକ୍ ଆକାରରେ ୧୦ ଲକ୍ଷ ଟଙ୍କା ଏବଂ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କୌଣସି ବିକଳ୍ପ ନ ପାଇ ଅଭିଯୋଗକାରୀ ତହସିଲଦାରଙ୍କୁ ଦୁଇଟି ଖାଲି ଚେକ୍ ଦେଇଥିଲେ। ଲାଞ୍ଚ ରାଶି ପ୍ରତ୍ୟାହାର ଏବଂ ବ୍ୟାଙ୍କରେ ଉପସ୍ଥାପନ କରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

କରଞ୍ଜିଆ ତହସିଲଦାରଙ୍କ ଘର ଓ କାର୍ଯ୍ୟାଳୟ ଏବଂ ପରିସରରେ ଚଢଉ କରିଛି ଭିଜିଲାନ୍ସ। ଏହାଛଡ଼ା ଭଦ୍ରକର ଜିଲ୍ଲା ହସ୍ପିଟାଲ ନିକଟରେ ଅବସ୍ଥିତ ଚାର୍ଲ୍ସ ନାୟକଙ୍କ ଆବାସିକ ଘର  ଓ ଅନ୍ୟ ଏକ ସ୍ଥାନ କରଞ୍ଜିଆର ଚଢେଇ ଭୋଳରେ ବି ଚଢଉ କରାଯାଇଛି।

ଏହି ଚଢଉରେ ଜଣେ ଅତିରିକ୍ତ ଏସପି, ୭ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବାରିପଦା ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ଏହି ଚଢଉ କରୁଛି।

Leave a Reply

Your email address will not be published. Required fields are marked *